ନୂଆଦିଲ୍ଲୀ: ବର୍ଷା ଓ ବଜ୍ରପାତ ସହ ପ୍ରତିକୂଳ ପାଗ ଏବଂ ଦିଲ୍ଲୀ ବିମାନବନ୍ଦରରେ ବିମାନ ଟ୍ରାଫିକ୍ ସମସ୍ୟା ଯୋଗୁଁ ବିମାନ ଚଳାଚଳ ଘୋର ବାଧାପ୍ରାପ୍ତ ହୋଇଛି। ଏହାଫଳରେ ଭିସ୍ତାରା, ସ୍ପାଇସଜେଟ୍ ଓ ଇଣ୍ଡିଗୋର ବିମାନଗୁଡ଼ିକ ଗନ୍ତବ୍ୟକୁ ଯାତ୍ରା କରିପାରି ନାହାନ୍ତି। ଦିଲ୍ଲୀକୁ ଆସୁଥିବା ଏବଂ ଦିଲ୍ଲୀରୁ ବାହାରୁଥିବା ବିମାନଗୁଡ଼ିକ ପ୍ରଭାବିତ ହେଉଥିବା ଅଧିକାଂଶ ବିମାନ ପରିବହନ ସଂସ୍ଥା ଜଣାଇଛନ୍ତି। ଗୁଆହାଟିରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଭିସ୍ତାରା ବିମାନର ସୋମବାର ଜୟପୁର (ଜେଏଆଇ) ଅଭିମୁଖେ ପଠାଇ ଦିଆଯାଇଛି।
Flights to and from Delhi and Mumbai may be impacted due to bad weather and air traffic congestion. Please visit the link https://t.co/p9pnbQ33mM for updated flight status.
— Vistara (@airvistara) November 27, 2023
ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ-ଏନସିଆରରେ ଖରାପ ପାଗ ଯୋଗୁଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଅନେକ ବିମାନକୁ ବାତିଲ କରାଯାଇଛି।
#TravelUpdate: We are facing ATC congestion at Delhi (DEL) due to bad weather. All departures/arrivals and their consequential flights might get affected. Passengers are requested to keep a check on their flight status via https://t.co/VkU7yLjZly.
— SpiceJet (@flyspicejet) November 27, 2023
ପୂର୍ବରୁ କୋଲକାତାରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଭିସ୍ତାରା ବିମାନକୁ ଦିଲ୍ଲୀ ବିମାନ ବନ୍ଦରରେ ଏୟାର ଟ୍ରାଫିକ୍ ଜାମ୍ ଯୋଗୁଁ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଇଥିଲା।
#6ETravelAdvisory : Flight operations to/from #Delhi are impacted due to heavy rain. You may keep a tab on your flight status by visiting https://t.co/TQCzzykjgA. For any assistance, feel free to DM.
— IndiGo (@IndiGo6E) November 27, 2023
ଭିସ୍ତାରା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଦିଲ୍ଲୀ ବିମାନବନ୍ଦରରେ ବିମାନ ଟ୍ରାଫିକ୍ ଭିଡ଼ ଯୋଗୁଁ କୋଲକାତାରୁ ଦିଲ୍ଲୀ (ସିସିୟୁ-ଡେଲ୍) ୟୁକେ୭୭୮କୁ ଲକ୍ଷ୍ନୌ (ଏଲ୍କେଓ)କୁ ଡାଇଭର୍ଟ କରାଯାଇଛି ଏବଂ ଏହା ସନ୍ଧ୍ୟା ୬ଟା ୪୫ରେ ଲକ୍ଷ୍ନୌରେ ପହଞ୍ଚିଥିବା ଜଣାପଡ଼ିଛି।