ପୂର୍ବ ସ୍ଥିତିକୁ ଫେରୁଛି ବିମାନ ସେବା, ଏକ କୋଟିରୁ ଅଧିକ ଯାତ୍ରୀ କରିସାରିଲେଣି ଯାତ୍ରା

ନୂଆଦିଲ୍ଲୀ : ଗତ ମେ ୨୫ ତାରିଖରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବାଠାରୁ ଏପର୍ଯ୍ୟନ୍ତ ଏକ କୋଟିରୁ ଅଧିକ ଯାତ୍ରୀ ବିମାନରେ ଯାତ୍ରା କରିଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଘରୋଇ ବିମାନ ସେବା କ୍ରମଶଃ କୋଭିଡ-୧୯ ପୂର୍ବ ସ୍ଥିତିକୁ ଫେରୁଛି । ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ଦିଗରେ ଏହି ପ୍ରମୁଖ ସଫଳତା ହାସଲ କରିଥିବାରୁ ସେ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ପୁରୀ ଆହୁରି ମଧ୍ୟ କହିଛନ୍ତି ଯେ, ସେପ୍ଟେମ୍ବର ୨୪ରେ ଗୋଟିଏ ଦିନରେ ଘରୋଇ ବିମାନରେ ମୋଟ ଯାତ୍ରୀଙ୍କ ସଂଖ୍ୟା ଥିଲା ୧,୧୯,୭୦୨ ଓ ଫେରସ୍ତ ଯାତ୍ରୀଙ୍କ ସଂଖ୍ୟା ୧,୨୧,୧୨୬। ଯାହାକି, ଥିଲା ଏକ ଉଲ୍ଲେଖନୀୟ ଘଟଣା।

ସମ୍ବନ୍ଧିତ ଖବର