ଅହମଦାବାଦ: ଫ୍ଲାଇଟ୍ ଟ୍ରାକିଂ ପ୍ଲାଟଫର୍ମ ଫ୍ଲାଇଟ୍‌ରାଡାର୍ ପ୍ରକାଶ କରିଛି ଯେ ଏହା ଏୟାର୍‌ ଇଣ୍ଡିଆ ବିମାନ ଏଆଇ-୧୭୧ରୁ ଉଡ଼ାଣ ଭରିବାର ଅଳ୍ପ ସମୟ ପରେ ଅପରାହ୍ଣ ପ୍ରାୟ ୧ଟା ୪୦ ମିନିଟ୍‌ରେ ଶେଷ ସଙ୍କେତ ପାଇଥିଲା ଏବଂ  ଆଜି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଏହା ୬୨୫ ଫୁଟ ଉଚ୍ଚତା ହାସଲ କରିଥିଲା। ଦୁର୍ଘଟଣା ପରେ ଅହମଦାବାଦ ଆକାଶମାର୍ଗରେ ଘନ ଧୂଆଁ ଉଠୁଥିବା ଦେଖିବାକୁ ମିଳିଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି ଯେ ସେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ  ଆମେ ସର୍ବୋଚ୍ଚ ସତର୍କ ରହିଛୁ।

Advertisment

ମୁଁ ବ୍ୟକ୍ତିଗତ ଭାବେ ପରିସ୍ଥିତି ଉପରେ ନଜର ରଖିଛି ଏବଂ ସମସ୍ତ ବିମାନ ଚଳାଚଳ ଏବଂ ଜରୁରିକାଳୀନ ପ୍ରତିକ୍ରିୟା ଏଜେନ୍ସିଗୁଡ଼ିକୁ ତ୍ୱରିତ ଓ ସମନ୍ୱିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି। ଅହମଦାବାଦ ବିମାନ ବନ୍ଦରକୁ କିଛି ଘଣ୍ଟା ପାଇଁ ଆଜି ବନ୍ଦ ରଖାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ପୁଣି ଏହା ସ୍ବାଭାବିକ ହୋଇଛି।