ଅତିପ୍ରବଳ ବର୍ଷା ସହ ଉଚ୍ଚ ଜୁଆରରେ ମାୟାନଗରୀ ମୁମ୍ବାଇ ଜଳାର୍ଣ୍ଣବ: ଟ୍ରାଫିକ୍‌ ଜାମ୍‌ରେ ଫସି ତ୍ରାହି ତ୍ରାହି ଡାକ ଛାଡ଼ୁଛନ୍ତି ମୁମ୍ବାଇବାସୀ

ମୁମ୍ବାଇ: ଆଜି (ସୋମବାର) ସକାଳୁ ପୁଣି ଥରେ ପ୍ରବଳରୁ ଅତିପ୍ରବଳ ବର୍ଷା ମାୟାନଗରୀ ମୁମ୍ବାଇର ସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କରି ପକାଇବା ସହ ସ୍ୱାଭାବିକ ଜୀବନ ଯାତ୍ରାକୁ ଠପ୍‌ କରି ଦେଇଛି। ଅତିପ୍ରବଳ ବର୍ଷା କାରଣରୁ ମୁମ୍ବାଇରେ ବିମାନ ଓ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଅଣ୍ଟାଏରୁ ଛାତିଏ ଉଚ୍ଚର ବର୍ଷାଜଳର ସୁଅ ରାଜରାସ୍ତା ଉପରେ ଛୁଟିଥିବା କାରଣରୁ ରାଜରାସ୍ତା ଉପରେ ଗାଡ଼ି ମଟର ଚଳାଚଳ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇ ଯାଇଛି। ଏ ପରିସ୍ଥିତିରେ ସକାଳୁ ସକାଳୁ ଘରୁ ବାହାରି ଆସିଥିବା ଲୋକେ ରାସ୍ତା ଉପରେ ଗାଡ଼ି ଭିତରେ ପଡ଼ିରହି ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି।


ସେହିପରି ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଅନେକ ବିମାନ ପ୍ରବଳ ବର୍ଷା କାରଣରୁ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରି ନପାରିବାରୁ ସେସବୁ ବିମାନକୁ ଅନ୍ୟତ୍ର ପଠାଇ ଦିଆଯାଇଛି। ରେଳ ଧାରଣା ଉପରେ ବର୍ଷାଜଳ ଜମି ରହିଥିବା କାରଣୁରୁ ଅନେକ ଟ୍ରେନର ଯାତ୍ରାକୁ ରଦ୍ଦ କରି ଦିଆଯାଇଛି। ସେହିପରି ପ୍ରବଳ ବର୍ଷା କାରଣରୁ ମୁମ୍ବାଇ ଏକ୍ସପ୍ରେସ୍‌ ହାଇେଓ୍ଵ ଉପରେ ଟ୍ରାଫିକ୍‌ ଜାମ୍‌ ହୋଇ ପଡ଼ିବାରୁ ଲୋକମାନେ ଘଣ୍ଟାଘଣ୍ଟା ଧରି ଟ୍ରାଫିକ୍‌ ଜାମ୍‌ରେ ଫସି ଯାଇଛନ୍ତି। ଏବଂ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ଟ୍ରାଫିକ ପୁଲିସ୍‌କୁ ବହୁ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡ଼ିଛି।


ସେହିପରି ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ପାଚେରି ସବୁ ଭୁଶୁଡ଼ି ପଡ଼ିଥିବା ଜାଣିବାକୁ ମିଳିଛି।

Mumbai Mirror

ଗୋଟିଏ ପଟେ ପ୍ରବଳରୁ ଅତିପ୍ରବଳ ବର୍ଷା ମୁମ୍ବାଇରେ ବିତ୍ପାତ ରଚିଥିବା ବେଳେ ଆରବ ସାଗରରେ ଉଠୁଥିବା ଉଚ୍ଚ ଢ଼େଉ ମୁମ୍ବାଇର ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌କୁ ସଂପୂର୍ଣ୍ଣ ଜଳାର୍ଣ୍ଣବ କରି ପକାଇଛି। ଫଳରେ ମେରାଇନ୍‌ ଡ୍ରାଇଭ୍‌ ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ସମ୍ବନ୍ଧିତ ଖବର