‘ନିସର୍ଗ’ ପ୍ରଭାବ: ମୁମ୍ବାଇରେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ ରହିଲା ବିମାନ ସେବା

ମୁମ୍ବାଇ: ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲା ଅନ୍ତର୍ଗତ ମୁରୁଦ ଏବଂ ରେବଦାନ୍ଦା ମଧ୍ୟରେ ସାମୁଦ୍ରିକ ବାତ୍ୟା ‘ନିସର୍ଗ’ ସ୍ଥଳଭାଗରେ ପ୍ରବେଶ କରିଥିବା କଥା ସରକାରୀ ଅଧିକାରୀମାନେ କିଛି ସମୟ ତଳେ କହିଥିଲେ। ସ୍ଥଳଭାଗ ପ୍ରବେଶ ବା ଲ୍ୟାଣ୍ଡ୍‌ଫଲ୍ ସମୟରେ ବତାସର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର୍ ଥିବା କଥା ବାତ୍ୟା ନିସର୍ଗ ଅପରେସନ୍ ଦାୟିତ୍ବରେ ଥିବା ଇନ୍‌ସ୍ପେକ୍ଟର୍ ମହେଶ କୁମାର କହିଥିବା ବେଳେ ଏବେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିମାନ ସେବାକୁ ବନ୍ଦ କରିଦିଆଯାଇଥିବା ନେଇ ଜଣା ପଡିଛି |

Weather in Delhi-NCR is kind of romantic, thanks to monsoon rain ...
Times of India

 

ବେଙ୍ଗାଲୁରୁରୁ ଆସିଥିବା ଫେଡେକ୍ସ ବିମାନ ଅବତରଣ କରିବା ସମୟରେ ରନୱେରୁ ବାହାରକୁ ଚାଲିଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଉଡ଼ାଣ କାର୍ଯ୍ୟରେ କୌଣସି ବ୍ୟାଘାତ ନଥିବାବେଳେ ଶକ୍ତିଶାଳୀ ପବନର ବେଗ ପାଇଁ ଉଡ଼ାଣ ଓ ଅବତରଣ ସମୟରେ ବାଧା ସୃଷ୍ଟି ହେବାର ଆଶଙ୍କା ଥିବାରୁ ବିମାନ ବନ୍ଦର କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି | ଏହି ଘୂର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ଅଧିକ ସତର୍କତା ଅବଲମ୍ବନ କରାଯାଇଛି। ମୁମ୍ବାଇ ଉପକୂଳବର୍ତ୍ତୀ ସମୁଦ୍ର କୂଳ ଓ ପାର୍କ ଭଳି ସର୍ବସାଧାରଣ ସ୍ଥାନକୁ ନଆସିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି। ବାତ୍ୟା ସମୟରେ ଲୋକଙ୍କୁ ଘରେ ରହିବାକୁ ଏବଂ ଆବଶ୍ୟକୀୟ ଜିନିଷ ପାଖରେ ରଖିବାକୁ କୁହାଯାଇଛି | ମହାରାଷ୍ଟ୍ର ବ୍ୟତୀତ ଗୁଜୁରାଟ, ଡାମନ-ଡିୟୁ ଏବଂ ଦାଦ୍ରା ଓ ନଗର ହାଭେଳି ଭଳି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଘୂର୍ଣ୍ଣିବଳୟର ପ୍ରଭାବ ପଡ଼ିବାର ଆଶଙ୍କା ରହିଥିବାରୁ ସେମାନଙ୍କୁ ହାଇ ଆଲର୍ଟ କରାଯାଇଛି।

ସମ୍ବନ୍ଧିତ ଖବର