ଭାରତରେ ୨୧ଦିନିଆ ଲକଡାଉନ୍: ସାମୟିକଭାବେ ସେବା ସ୍ଥଗିତ ରଖିଲା ଫ୍ଲିପକାର୍ଟ

ବେଙ୍ଗାଲୁରୁ: କରୋନାଭାଇରସ୍ ପ୍ରକୋପ ଯୋଗୁଁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଘୋଷଣା କରାଯାଇଥିବାରୁ ପ୍ରମୁଖ ଇ-କମର୍ସ ସଂସ୍ଥାନ “ଫ୍ଲିପକାର୍ଟ’ ସାମୟିକ ଭାବେ ନିଜର ସେବା ସ୍ଥଗିତ ରଖିଥିବା କଥା ବୁଧବାର ଦିନ କହିଛି ।

ୱେବସାଇଟରେ ଏକ ବାର୍ତ୍ତାରେ ଫ୍ଲିପକାର୍ଟ କହିଛି: ହେଲୋ ଭାରତୀୟ ବନ୍ଧୁଗଣ, ଆମେ ସାମୟିକ ଭାବେ ସେବା ସ୍ଥଗିତ ରଖୁଛୁ । ଆପଣମାନଙ୍କର ଆବଶ୍ୟକତାକୁ ଆମେ ସର୍ବଦା ଗୁରୁତ୍ୱ ଦେଉଥିଲୁ । ଯଥା ଶୀଘ୍ର ସମ୍ଭବ ପୁଣି ଥରେ ଆପଣମାନଙ୍କୁ ସେମିତି ସେବା ଯୋଗାଇବୁ ବୋଲି ପ୍ରତିଶ୍ରୁତି ଦେଉଛୁ ।

Image Source: Free Press Journal

ଅନ୍ୟାନ୍ୟ ଅସୁବିଧା ସମୟ ଠାରୁ ଏଇଟା ଅତି ଦୁଃସମୟ । ନିରାପଦରେ ରହିବାକୁ ଜନସଂପ୍ରଦାୟ ପୂର୍ବରୁ କଦାପି ସମାଜରୁ ଛାଡ଼ି ଅଲଗା ହୋଇ ରହି ନ ଥିଲେ । ଦେଶକୁ ସାହାଯ୍ୟ କରିବାକୁ ପୂର୍ବରୁ କେବେ କେହି ଘରେ ବସି ରହୁ ନ ଥିଲେ । ନିରାପଦରେ ରହିବା ପାଇଁ ଘରେ ରହିବାକୁ ଆମେ ଆପଣମାନଙ୍କୁ ନିବେଦନ କରୁଛୁ । ଆମେ ସଫଳ ହେବା । ଏକତ୍ର ଆମେ ଏ ଦୁଃସମୟ ଅତିକ୍ରାନ୍ତ କରିବା ।

Image Source: Free Press Journal

ବିଭିନ୍ନ ରାଜ୍ୟରେ ଲୋକମାନଙ୍କ ଗମନାଗମନ ଏବଂ ମାଲ ପରିବହନ ଉପରେ କଟକଣା ଜାରି ହେବା ଯୋଗୁଁ ୱାଲମାର୍ଟ ମାଲିକାନାରେ ଥିବା ଫ୍ଲିପ୍କାର୍ଟ ବ୍ୟବସାୟ ଚଳାଇ ରଖିବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲା । ଆମାଜନ୍, ସ୍ନାପଡିଲ୍, ବିଗବାସ୍କେଟ୍ ଏବଂ ଗ୍ରୋଫର୍ସ ଭଳି ଇ-କମର୍ସ ସଂସ୍ଥାନମାନେ ମଧ୍ୟ ପରିବହନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ପ୍ରତିଦ୍ୱନ୍ଦ୍ୱୀ ଇ-କମର୍ସ ପ୍ରତିଷ୍ଠାନ ଆମାଜନ୍ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେବା ବନ୍ଦ କରିନାହିଁ ।

ସମ୍ବନ୍ଧିତ ଖବର