ବିହାର ଓ ଆସାମରେ ସଙ୍ଗୀନ ହେଲାଣି ବନ୍ୟା ସ୍ଥିତି, ଗଲାଣି ୧୭ ଜଣଙ୍କର ଜୀବନ

ପାଟନା/ଗୌହାଟୀ: ବିହାର ଓ ଆସାମରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ତାଣ୍ଡବ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି | ବର୍ଷା ସାଙ୍ଗକୁ ବନ୍ୟା ଫଳରେ ୧୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ରାଜ୍ୟର ୩୧ଟି ଜିଲ୍ଲା ପ୍ରଭାବିତ ହୋଇଛି | ବିହାରରେ କୋଶୀ,ଗଣ୍ଡକ ଓ ଅନ୍ୟ ୫ଟି ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ଚାଲିଥିବାବେଳେ ୬ଟି ଜିଲ୍ଲାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି |

ସେହିପରି ଆସାମରେ ବ୍ରହ୍ମପୁତ୍ର ନଦୀ ସହ ୧୦ଟି ନଦୀରେ ଜଳସ୍ତର ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି | ଆସାମରେ ହୋଇଥିବା ବନ୍ୟାରେ ରାଜ୍ୟର ୩୩ଟି ଜିଲ୍ଲାରୁ ୨୫ଟି ଜିଲ୍ଲାର ୧୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି | ବିଶେଷ କରି ଆସାମରେ ଥିବା କାଜିରଙ୍ଗା ନ୍ୟାସନାଲ ପାର୍କର ୭୦ ପ୍ରତିଶତରୁ ଅଧିକ ଅଂଶ ବନ୍ୟା ପାଣିରେ ବୁଡି ଯାଇଛି |

ଆସାମରେ ଉଦ୍ଧାରକାରୀ ଦଳ ୨୦ ହଜାର ଲୋକଙ୍କୁ ଉଦ୍ଧାର କରି ୬୮ଟି ରିଲିଫ କେନ୍ଦ୍ରରେ ପହଞ୍ଚାଇଥିବାବେଳେ ବାରାପେଟ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ଏଠାରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ସ୍ଥିତି ବାବଦରେ ଜଣାଇଛନ୍ତି |

ସମ୍ବନ୍ଧିତ ଖବର