ବନ୍ୟା ରଚାଉଛି ତାଣ୍ଡବ, ବିହାର ଓ ନେପାଳରେ ଗଲାଣି ୯୭ ଜଣଙ୍କ ଜୀବନ

ପାଟନା/କାଠମାଣ୍ଡୁ: ଗମ୍ଭୀର ହେବାରେ ଲାଗିଛି ବନ୍ୟା ସ୍ଥିତି | ଆସାମ ପରେ ବିହାରରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି | ବିହାରରେ ପାଖାପାଖି ୧୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ୪ ଦିନରେ ୩୨ ଜଣ ଲୋକଙ୍କର ଜୀବନ ଗଲାଣି | ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆକାଶ ମାର୍ଗରୁ ବନ୍ୟା ସ୍ଥିତିକୁ ନିରୀକ୍ଷଣ କରିଛନ୍ତି | ବିହାରରେ ବନ୍ୟା ସ୍ଥିତିକୁ ମୁକାବିଲା କରିବା ପାଇଁ ଜାତାୟ ବିପର୍ଯୟ ପ୍ରଶମନ ବିଭାଗର ୧୩ଟି ଟିମକୁ ମୁତୟନ କରାଯାଇଥିବାବେଳେ ୧୫୨ଟି ରିଲିଫ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି |

ବିଶେଷ କରି ବିହାରରେ ୫ଟି ନଦୀ(ବାଗମତି, କମଳାବାଲନା,ଲାଲବକୟା, ଅଧବାରା ଓ ମହାନନ୍ଦା) ବିପଦ ସଂକେତ ଉପରେ ପ୍ରବାହିତ ହେଉଛି | ସେହିପରି ପଡୋଶୀ ନେପାଳରେ ମଧ୍ୟ ବନ୍ୟା ଭୀଷଣ ତାଣ୍ଡବ ରଚାଇଛି | ଲଗାତାର ବର୍ଷା ହେବା ଫଳରେ ନେପାଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି | ବର୍ଷା ପରେ ହୋଇଥିବା ବନ୍ୟା ଓ ମାଟି ଧସିବା ଯୋଗୁଁ ୬୫ ଜଣଙ୍କର ମୃତ୍ୟୁ ହେଲାଣି |

ନେପାଳରେ ହୋଇଥିବା ବନ୍ୟାରେ ୨୮ଟି ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ଆହୁରି ୨ରୁ ୩ ଦିନ ବର୍ଷା ହେବାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି | ଯାହାକୁ ନେଇ ଚିନ୍ତା ବଢିଯାଇଛି | ବନ୍ୟା ସ୍ଥିତିକୁ ନଜରରେ ରଖି ପାଖାପାଖି ୨୭ ହଜାର ପୁଲିସ କର୍ମୀଙ୍କୁ ମୁତୟନ କରାଯାଇଛି |

ସମ୍ବନ୍ଧିତ ଖବର