ବାହାଦୁରଗଡ଼: ହରିୟାଣାର ଝଜ୍ଜର ଜିଲ୍ଲାର ବାହାଦୁରଗଡ଼ରେ ବନ୍ୟା ପରିସ୍ଥିତି କ୍ରମାଗତ ଭାବରେ ଗମ୍ଭୀର ହେବାରେ ଲାଗିଛି। ଆବାସିକ ଅଞ୍ଚଳର ଲୋକଙ୍କ ଜୀବନଯାପନ କଷ୍ଟକର ହୋଇପଡ଼ିଛି। ଯେତେବେଳେ ଶିଳ୍ପ କ୍ଷେତ୍ରରେ କାରଖାନାଗୁଡ଼ିକରେ କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଦିଲ୍ଲୀ ନିକଟରେ ଅବସ୍ଥିତ ଆଧୁନିକ ଶିଳ୍ପ କ୍ଷେତ୍ରରେ ଅନେକ କାରଖାନାରେ ଚାରିରୁ ପାଞ୍ଚ ଫୁଟ ପର୍ଯ୍ୟନ୍ତ ପାଣି ଜମା ହୋଇ ରହିଛି।
ମାରୁତିର ଷ୍ଟକୟାର୍ଡରେ ପ୍ରାୟ ୩୦୦ କାର୍ ପାଣିରେ ବୁଡ଼ି ରହିଛି। ସେସବୁକୁ ବାହାର କରିବା କଷ୍ଟକର ହୋଇପଡିଛି। କାର୍ଗୁଡ଼ିକ ସାତ ଦିନ ଧରି ପାଣିରେ ବୁଡ଼ି ରହିଛି। ଅଲ୍ଟୋ, ୱାଗନଆର୍, ଭିଟାରା, ବେଜା ଏବଂ ଇନଭିକ୍ଟୋ ଭଳି ଅନେକ ନୂଆ କାର୍ ଷ୍ଟକୟାର୍ଡରେ ପାର୍କିଂ ହୋଇଛି।
ଅନେକ କାର୍ର ଏୟାରବ୍ୟାଗ୍ ଖୋଲିଯାଇଛି ଏବଂ କିଛି କାର୍ର ଡ୍ରାଇଭର ପାର୍ଶ୍ୱ ଝରକା କାଚ ମଧ୍ୟ ଭାଙ୍ଗି ଯାଇଛି। ପାଣି ପାର୍କିଂ ହୋଇଥିବା କାର୍ ଗୁଡ଼ିକର ବନେଟ୍ ପର୍ଯ୍ୟନ୍ତ ପହଞ୍ଚି ଯାଇଛି।
ସ୍ଥାନୀୟ କାରଖାନାରେ କାମ କରୁଥିବା ଶ୍ରମିକମାନେ କହିଛନ୍ତି ଯେ, ବୁଡ଼ି ଯାଇଥିବା କାର୍ ଗୁଡ଼ିକ ସୋ’ରୁମର। ରାତିରେ ପାଣି ବଢ଼ିବା ପରେ ସେମାନେ ଚୌକିଦାରଙ୍କୁ ଜଣାଇଥିଲେ, କିନ୍ତୁ ସେତେବେଳକୁ ସମସ୍ତ କାର୍ ୟବୁଡ଼ି ସାରିଥିଲା। ପାଣି ଜମି ରହିବା ଯୋଗୁ କାରଖାନାଗୁଡ଼ିକ ମଧ୍ୟ ବନ୍ଦ ଅଛି ଏବଂ ଶ୍ରମିକମାନଙ୍କ ପାଖରେ ବର୍ତ୍ତମାନ କୌଣସି କାମ ନାହିଁ।
Heavy Rain | Bahadurgarh | hariyana