ଗୌହାଟୀ: ଆସାମରେ ପ୍ରବଳ ବର୍ଷା ବନ୍ୟା ସ୍ଥିତି ସୃଷ୍ଟି କରିଛି। ଶନିବାର ସକାଳେ ଆସାମର ଧୀରେନପଡ଼ାରେ ଭୂସ୍ଖଳନ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏକ ମିଠା ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଜଣଙ୍କ ମୃତ୍ୟୁ ହୋଇଛି। ଆସାମ ଚଳିତ ବର୍ଷର ପ୍ରଥମ ବନ୍ୟା ଦେଖୁଛି। ଳଗାଣ ବର୍ଷା ୧୧ ଜିଲ୍ଲାକୁ ଜଳମଗ୍ନ କରିଦେଇଛି। ୩୪ ହଜାରରୁ ଅଧିକ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି।

Advertisment

ଏମାନଙ୍କ ମଧ୍ୟରେ ୩ ହଜାରରୁ ଅଧିକ ଶିଶୁ ଅଛନ୍ତି। ଗତ ୨୪ ଘଣ୍ଟାରେ ୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବ୍ରହ୍କପୁତ୍ର ସମେତ ଅଧିକାଂଶ ନଦୀ ଏବେ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଲଖିମପୁର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ରାଜ୍ୟରେ ୯ଟି ଜିଲ୍ଲାରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ଆକଳନ କରିଛି।