ବିରଳ ଦୃଶ୍ୟ ! ବିଷ୍ଣୁଙ୍କ ଆସ୍ଥାନ ବୁଡ଼େଇଦେଲା ପାଣି

ଗୌହାଟୀ: ଘନଘନ ବର୍ଷା ସାଙ୍ଗକୁ ପ୍ରବଳ ବର୍ଷାରେ ବେହାଲ ହେଲାଣି ଆସାମ ସ୍ଥିତି | ତେବେ ବନ୍ୟା ସମୟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି | ଗୋୖହାଟୀର କାଳୀପୁତ୍ରରେ ଥିବା ଚକ୍ରେଶ୍ୱର ମନ୍ଦିର ମଧ୍ୟ ଦେଇ ବ୍ରହ୍ମପୁତ୍ରର ବନ୍ୟା ପାଣି ବୋହିଥିଲା | ସ୍ଥିତି ଏମିତି ହୋଇଥିଲା ଯେ ମନ୍ଦିର ବେଢାରେ ଥିବା ମହାବିଷ୍ଣୁଙ୍କ ଅନନ୍ତ ଶୟନ ମୂର୍ତ୍ତି ଦେଇ ପାଣି ପ୍ରବାହିତ ହୋଇଥିଲା |

ଏଠାରେ ସୂଚନା ଥାଉ କି ଆସାମରେ ଏବେ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଛି | ରାଜ୍ୟର ଅଧାରୁ ଅଧା ଜିଲ୍ଲାରେ ବ୍ରହ୍ମପୁତ୍ର ନଦୀ ଓ ଏହାର ଶାଖା ନଦୀରେ ଆସିଥିବା ବନ୍ୟାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଲକ୍ଷ ୭୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି | ବିଶେଷ କରି ବିପଦସଂକେତ ଉପରେ ନଦୀ ଜଳ ପ୍ରବାହିତ ହେଉଥିବାବେଳେ ୨୭ ହଜାର ହେକ୍ଟର ଜମି ବାଲିଚର ହୋଇଯାଇଛି |

ଲଗାତାର ବର୍ଷା ହେବା ଫଳରେ ଆସାମ ଓ ତ୍ରିପୁରା ମଧ୍ୟରେ ରେଳ ଚଳାଚଳକୁ ବନ୍ଦ କରିଦିଆଯାଇଛି | ଆସାମର ଜୋରହାଟ, ଦିବରୁଗଡ଼, କୋକରାଝର, ସୋନିତପୁର ଅଂଚଳ ବହୁ ମାତ୍ରାରେ ପ୍ରଭାବିତ ହୋଇଛି | ପାଖାପାଖି ୮୦୦ ଗ୍ରାମରେ ପାଣି ପଶିଯାଇଥିବାବେଳେ ୫୩ଟି ବନ୍ୟା ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି |

ସମ୍ବନ୍ଧିତ ଖବର