ନୂଆଦିଲ୍ଲୀ: ଚୀନ୍ରେ ଭୂସ୍ଖଳନ ଘଟିବା ଯୋଗୁ ୟାର୍ଲଙ୍ଗ ସାଙ୍ଗପୋ ନଦୀରେ ମୁଖ୍ୟଧାରା ପ୍ରବାହ ବନ୍ଦ ହୋଇଯାଇଛି। ଏହା ଯୋଗୁ ସୃଷ୍ଟି ହୋଇଥିବା କୃତ୍ରିମ ହ୍ରଦ ଯୋଗୁ ଆସାମ ଓ ଅରୁଣାଚଳରେ ପ୍ରବଳ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଏ ନେଇ ସରକାରଙ୍କ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତିର ଗୁରୁତ୍ବକୁ ବିଚାର କରି ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ଙ୍କ ସହିତ କଥା ହେବା ସହ ଆବଶ୍ୟକ ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଛନ୍ତି।
ଚୀନ୍ରେ ଭୂସ୍ଖଳନ ଆସାମ, ଅରୁଣାଚଳରେ ବନ୍ୟା ଆଶଙ୍କା
/sambad/media/post_attachments/wp-content/uploads/2018/06/1528953365_assam-floods.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)