ବିହାର ବନ୍ୟା: ୨୪ ଘଣ୍ଟାରେ ୧୭ ମୃତ

ମୃତ୍ୟୁସଂଖ୍ୟା ୧୨୩ ଛୁଇଁଲା

ପାଟନା : ବିହାରରେ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବନ୍ୟା ଯୋଗୁଁ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ସୀତାମଢ଼ିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମଧୁବନୀରେ ୫, ମୁଜାଫରପୁରରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ଏବେ ୧୨୩ରେ ପହଞ୍ଚିଛି। ଏଯାବତ୍‌ ବନ୍ୟାଜଳ ୮୧.୫୮ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି ଯେ ଏଯାବତ୍‌ ୧,୨୫,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସରକାର ୧୨୯ ରିଲିଫ୍‌ ଶିବିର ପ୍ରତିଷ୍ଠା କରିଛନ୍ତି ଏବଂ ଏଠାରେ ୧,୧୬,୬୫୩ ଲୋକ ଆଶ୍ରୟ ନେଉଛନ୍ତି। ବିହାରରେ ଚଳିତ ମୌସୁମୀ ଋତୁରେ ୪୮୨.୬ ମିମି ବର୍ଷାଜଳ ଗ୍ରହଣ କରିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ମୁଜାଫରପୁର ୫୧.୬ ମିମି ବର୍ଷାଜଳ ଗ୍ରହଣ କରିଛି। ଅନ୍ୟପକ୍ଷେ ଆସାମରେ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୭୫ରେ ପହଞ୍ଚିଛି।
କଂଗ୍ରେସରେ ଯୋଗ ଦେ

ସମ୍ବନ୍ଧିତ ଖବର