ଦିୁବାଇ : ଆରବ ମରୁଭୂମିରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା । ଆଶ୍ଚର୍ଯ୍ୟ ମନେ ହେଉଥିଲେ ବି ସତ । ଆରବର ବିଭିନ୍ନ ଦେଶରେ ଗତ କିଛି ଦିନରେ ହୋଇଥିବା ପ୍ରବଳ ବର୍ଷା ବିଗତ ଅନେକ ବର୍ଷର ରେକର୍ଡ ଭାଙ୍ଗିଛି ।

Advertisment

ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇରେ ହୋଇଥିବା ବନ୍ୟାରେ ୭ ଜଣ ପ୍ରାଣ ହରାଇଥିବା ଜଣାଯାଇଛି । ମୃତ୍ୟୁବରଣ କରିଥିବା ସମସ୍ତ ୭ ଜଣ ଯାକ ପ୍ରବାସୀ ବୋଲି ଜଣାପଡ଼ିଛି । ୟୁଏଇର କେତେକ ଅଂଚଳ ସାରଜାହା, ଫୁଜୈରାହ, ରସ ଅଲ ଖାଇମାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ହୋଇଛି । ସମଗ୍ର ୟୁଏଇରେ ବର୍ଷା ହେବା ଏକ ବିରଳ ଘଟଣା ବୋଲି କୁହାଯାଏ । କିନ୍ତୁ ଗତ କିଛି ଦିନ ହେଲା ପୂର୍ବ ୟୁଏଇରେ ଏତେ ବର୍ଷା ହୋଇଛି ଯେ ତାହା ଗତ ୩୦ ବର୍ଷର ରେକର୍ଡ ଭାଙ୍ଗିଦେଇଛି । ଫୁଜୈରାହରେ ଗତ ୨ ଦିନରେ ୟୁଏଇରେ ୨୩୪.୯ ମିଲିମିଟର ବର୍ଷା ହୋଇଛି । ଏହି ବର୍ଷା ଫଳରେ ସହରାଞ୍ଚଳରେ ବନ୍ୟା ହୋଇଛି । ରାସ୍ତାଗୁଡ଼ିକରେ ବନ୍ୟା ପାଣି ପ୍ରବାହିତ ହେବାରୁ କାର ଗୁଡ଼ିକ ଭାସୁଥିବା ଦେଖାଯାଇଛି । ସେହିପରି ଘରେ ପାଣି ପସିବାକୁ ଲୋକମାନେ ପ୍ରଭାବିତ ହୋଇଛନ୍ତି ।

କେବ​ଳ ୟୁଏଇ ନୁହେଁ, ଆଉ ଏକ ଆରବ ଦେଶ କାତାରରେ ପ୍ରବଳ ବର୍ଷା ହୋଇଛି । ଏତେ ବର୍ଷା ହୋଇଛି ଯେ ଗତ ୬୦ ବର୍ଷରେ ଏପରି ବର୍ଷା ଦେଖାଯାଇନଥିଲା । ପୁଣି ଜୁଲାଇ ମାସରେ ଏତେ ବର୍ଷା ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି ।