ହଷ୍ଟନରେ ପ୍ରବଳ ବନ୍ୟା, ମୃତ୍ୟୁସଂଖ୍ୟା ୫ ଟପିଲା, ପ୍ରଭାବିତ ହୋଇପାରେ ହାଉଡି ମୋଦୀ କାର୍ଯ୍ୟକ୍ରମ

ହଷ୍ଟନ : ଆମେରିକାର ଟେକ୍ସାସ ରାଜ୍ୟସ୍ଥିତ ହଷ୍ଟନ ସହରରେ ଆସନ୍ତା କାଲି ମୋଦୀ ଓ ଟ୍ରମ୍ପଙ୍କ ମିଳିତ ସଭା ହାଉଡି ମୋଦୀ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ପ୍ରବାସୀ ଭାରତୀୟ, ଆମେରିକୀୟ ଡେମୋକ୍ରାଟ ସଦସ୍ୟମାନେ ଉତ୍ସାହିତ ଅଛନ୍ତି । ଏହି ସଭାରେ ପ୍ରାୟ ୫୦ ହଜାର ଲୋକ ଯୋଗଦେବାର ସମ୍ଭାବନା ରହିଛି । ଏଥିରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟେକ୍ସାସରେ ପହଞ୍ଚିବେ ।

କିନ୍ତୁ ଖରାପ ପାଗ ଏହି ବହୁଚର୍ଚ୍ଚିତ ଜନସଭା ଆଗରେ ଏକ ବଡ଼ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ଆମେରିକାର ଟେକ୍ସାସରେ ଏବେ ପ୍ରବଳ ବନ୍ୟା ଦେଖାଦେଇଛି । ପ୍ରବଳ ବର୍ଷା ଯୋଗୁଁ ହଷ୍ଟନ ସହର ଜଳମଗ୍ନ ହୋଇଯାଇଛି । ଏହି ବନ୍ୟା ଫଳରେ ହଷ୍ଟନରେ ମୃତ୍ୟୁସଂଖ୍ୟା ୫ରେ ପହଞ୍ଚିଛି । ଗତ ୩ ଦିନରେ ଏହି ସହରରେ ପ୍ରାୟ ୪୩ ଇଞ୍ଚର ବର୍ଷା ହୋଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏକ ବଡ଼ ଧରଣର ସହାୟତା କାର୍ଯ୍ୟ ଆରମ୍ଭ ହୋଇଛି ଓ ଫସିରହିଥିବା ୧୦୦୦ରୁ ଅଧିକ ଲୋକଙ୍କ ଉଦ୍ଧାର କରାଯାଇଛି ।

ସମ୍ବନ୍ଧିତ ଖବର