ସିଲଙ୍ଗ୍ : ମେଘାଳୟର ପୂର୍ବ ଜୟନ୍ତିଆ ଜିଲ୍ଲାରେ ଏକ ବେଆଇନ କୋଇଲା ଖଣିରେ ଅଚାନକ ବନ୍ୟା ଆସିବାରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ବେଆଇନ ଖଣି ଉପରେ ଏନ୍ଜିଟି ନିଷେଧାଦେଶ ଲାଗୁ କରିଥିଲେ। ନିଷେଧାଦେଶକୁ ବେଖାତିର କରି ଏଠାରେ କୋଇଲା ଉତ୍ତୋଳନ କରାଯାଉଥିଲା।
ଗୁରୁବାର ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନକୁ ଖବର ଦିଆଯିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିନ୍ତୁ ଖଣି ମଧ୍ୟରେ ବନ୍ୟା ଯୋଗୁ ଫସିରହିଥିବା ୧୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ସେମାନେ ସମସ୍ତେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ୨୦୧୪ରେ ଏହି ଖଣିକୁ ଏନ୍ଜିଟି ବିପଜ୍ଜନକ ବୋଲି ଘୋଷଣା କରିଥିଲା। ଯେ କୌଣସି ମୁହୂର୍ତ୍ତରେ ଏଠାରେ ଅଘଟଣ ଘଟିପାରେ ବୋଲି ସତର୍କ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/megha.jpg)