ଶିମଲା: ଶୁକ୍ରବାର ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା ହେତୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

Advertisment

ସେହିପରି ଶୁକ୍ରବାର ଅପରାହ୍ନରେ ଲାହୌଲ ସ୍ପିତିର ଜିସପାରେ ମସେରନ ନାଳରେ ବନ୍ୟା ପ୍ରବାହିତ ହୋଇଥିଲା। ବନ୍ୟା ଯୋଗୁଁ ରାସ୍ତାରେ ବଡ଼ବଡ଼ ପଥର ଏବଂ ବିଭିନ୍ନ ଭଗ୍ନାବଶେଷ ପଡ଼ି ରହିଛି। ଯେଉଁ କାରଣରୁ ମନାଲି-ଲେହ ରାସ୍ତାରେ ଯାନବାହନର ଯାତାୟତ ଠପ ହୋଇଯାଇଛି। ଫଳରେ ଉଭୟପାର୍ଶ୍ବରେ ଗାଡ଼ିଗୁଡ଼ିକର ଲମ୍ବା ଧାଡ଼ି ଲାଗି ରହିଛି। ବିଭିନ୍ନ ପ୍ରକାରର ଭଗ୍ନାବଶେଷ ଯେପରି କାଠକୁଟା, ପଥର, ଇଟା, କାଚ, ପ୍ଲାଷ୍ଟିକ, ବଡ଼ବଡ଼ ପଥର, କାଦୁଅମାଟି ଇତ୍ୟାଦି ବନ୍ୟା ପାଣିରେ ଭାସି ଆସି ରାସ୍ତା ଓ ଲୋକଙ୍କ ଚାଷ ଜମିରେ ପ୍ରବେଶ କରିଛି। ଫଳରେ ଲୋକଙ୍କ ଚାଷଜମି କ୍ଷତିଗ୍ରସ୍ତ ହୋଇପଡ଼ିଛି। 

ସ୍ଥାନୀୟ ବାସିନ୍ଦା କର୍ମା ବୋଧ ଏବଂ ରାଜ ଠାକୁର ଏହି ବନ୍ୟା ପରିସ୍ଥିତିକୁ ନେଇ କହିଛନ୍ତି, "ହଠାତ୍ ପାହାଡ଼ରୁ ଏକ ଜୋରଦାର ଶବ୍ଦ ଆସିବା ଆରମ୍ଭ ହେଇଥିଲା । କ’ଣ ହୋଇଛି ବୁଝିବା ପୂର୍ବରୁ କିଛି ସମୟ ମଧ୍ୟରେ ଡ୍ରେନରେ ପ୍ରବଳ ବନ୍ୟାପାଣି ଆସିଯାଇଥିଲା। ଡ୍ରେନ ବନ୍ୟାପାଣିର ପ୍ରଚଣ୍ଡ ଶବ୍ଦ ଶୁଣି ଘରୁ ଲୋକେ ବାହାରି ଆସିଥିଲେ। ଏପରି ପରିସ୍ଥିତିରେ, ସମଗ୍ର ଅଞ୍ଚଳରେ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟ ବନ୍ଦ ହୋଇଯାଇଛି। ଡ୍ରେନରେ ବନ୍ୟାପାଣି ଆସିବା ସମ୍ପର୍କରେ ସୂଚନା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି"।

ଲାହୌଲ ସ୍ପିତି ବିଧାୟିକା ଅନୁରାଧା ରାଣା କହିଛନ୍ତି, "ଜିସପାରେ ଡ୍ରେନରେ ପାଣି ପଶିବା ସମ୍ପର୍କରେ ସୂଚନା ପାଇଛି। ପ୍ରଶାସନିକ ଅଧିକାରୀମାନଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଛି। 

ରାସ୍ତା ପୁନରୁଦ୍ଧାର ପାଇଁ ଘଟଣାସ୍ଥଳକୁ ମେସିନ୍ ମଧ୍ୟ ପଠାଯାଇଛି। ଖରାପ ପାଗକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କୁ ନଦୀ ଏବଂ ଡ୍ରେନ୍କୁ ଯିବାକୁ ବାରଣ କରାଯାଇଛି। କାରଣ ଯେଭଳି ଭାବେ ବର୍ଷା ଜାରି ରହିଛି କୌଣସି ପରିସ୍ଥିତିରେ ଏସବୁ ସ୍ଥାନରେ ପାଣି ଭରି ଯାଇ ବିପଦସଙ୍କୁଳ ଅବସ୍ଥାକୁ ଆସିପାରେ।