ଓ୍ଵାସିଂଟନଡିସି: ଆମେରିକାରେ ବନ୍ୟାର ତାଣ୍ଡବ । ପାଣିର ପ୍ରଳୟ ପାଇଁ ଆମେରିକାରେ ହାହାକାର । ନିଜକୁ ବିଶ୍ବର ଧନୀ ରାଷ୍ଟ୍ର ବୋଲି କହୁଥିବା ଆମେରିକା ବି ଆଜି ପ୍ରକୃତିର ପ୍ରକୋପ ଆଗରେ ଅସହାୟ । ଭୀଷଣ ବନ୍ୟାରେ ଏଯାଏଁ ୨୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକଙ୍କ ପତ୍ତା ମିଳୁନି । ଏହାସହ ଲୋକ ବାସହୀନ ହୋଇପଡ଼ିଛନ୍ତି ।
ଆମେରିକାର ୨ ରାଜ୍ୟ ଟେକ୍ସାସ୍ ଓ କେର୍ବିଲର ଅନେକ ଅଞ୍ଚଳ ବନ୍ୟା ପାଣିରେ ବୁଡ଼ିଛି । ମାସକର ବର୍ଷା କିଛି ମାତ୍ର ଘଣ୍ଟାରେ ହୋଇଛି । ଫଳରେ ଏଠାରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଗ୍ବାଡାଲୁପ୍ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମାତ୍ର ୯୦ ମିନିଟରେ ଏହି ନଦୀର ଜଳ ୨୦- ଫୁଟ ଯାଏଁ ବୃଦ୍ଧି ହୋଇଗଲା ।
ଏଯାଏଁ ମିଳିଥିବା ସୂଚନା ଅନୁସାରେ, ବନ୍ୟାରେ ପାଖାପାଖି ୨୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଅନେକ ଲୋକଙ୍କ ଘର ପାଣିରେ ବୁଡ଼ିଯିବାରୁ ଲୋକେ ଘର ଛାଡ଼ି ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି । ନିଜକୁ ସବୁଠୁ ଆଗୁଆ ରାଷ୍ଟ୍ର ପ୍ରକୃତି ଆଗରେ ଯେ କେତେ ଅସହାୟ ଏସବୁ ଦୃଶ୍ୟ ଦେଖିଲେ ସ୍ପଷ୍ଟ ହୁଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/05/flood-2025-07-05-19-27-58.jpg)