ବେଙ୍ଗାଲୁରୁ: ବର୍ଷା କରିଛି ବେଙ୍ଗାଲୁରୁକୁ ବେହାଲ । ଚାରିଆଡେ ପାଣି... ଘରେ ପାଣି, ବାହାରେ ପାଣି, ରାସ୍ତାରେ ପାଣି, ମନ୍ଦିରରେ ପାଣି ଆଉ ସ୍କୁଲରେ ବି ପାଣି... ରାସ୍ତା ବୁଡିଛି, ଘଡ ବୁଡିଛି, ବାଇକ୍ ବୁଡିଛି, କାର ବୁଡିଛି... ପାଣି ପାଇଁ ପୂରା ପରିସ୍ଥିତି ବେହାଲ । ସ୍ଥିତି ଏମିତି ହୋଇଛି ଲୋକେ ଘରୁ ବି ବାହାରି ପାରୁନାହାନ୍ତି । କିଏ ଜେସିବିରେ ରିଲିଫ ନେଇ ଯାଉଛି ତ କିଏ ରାସ୍ତାରେ ଡଙ୍ଗା ପକାଇ ଯାଉଛି । 

Advertisment

ଲଘୁଚାପ ଜନିତ ଲଗାଣ ବର୍ଷା ରବିବାର ସଂଧ୍ୟାରୁ ଆରମ୍ଭ ହୋଇ ଆଜି ଯାଏଁ ଜାରି ରହିଥିବା ବେଳେ ବର୍ଷା ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କଲାଣି । ପାଣିର କବଜାରେ ପୂରା ବେଙ୍ଗାଲୁରୁ ସହର ଥିବା ବେଳେ ଜଳବନ୍ଦୀ ପାଇଁ ଅନେକ କ୍ଷତି ହେଲାଣି । ୪ ଦିନରେ ପାଖାପାଖି ୫୦୦ ଘର ଜଳବନ୍ଦୀ ହୋଇଛି । ୨୦ରୁ ଅଧିକ ହ୍ରଦ ଫୁଲିଲାଣି, ୧୨ରୁ ଅଧିକ ମୁଖ୍ୟ ରାସ୍ତାରେ ପାଣିର ସୁଅ, ରାସ୍ତା ପାଲଟିଛି ନଦୀ । ଓଭରବ୍ରିଜ୍ ବନ୍ଦ, ଓଭରବ୍ରିଜ ତଳେ ପାଣି । ଟ୍ରାଫିକ୍ ଜାମ, ଗାଡି ଚଳାଚଳ ପୂରା ଠପ୍ । 

ବର୍ଷା ଜନିତ ବନ୍ୟା ପରିସ୍ଥିତିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆରଆର ନଗରରେ ୫ଟି ଗୃହପାଳିତ ପଶୁଙ୍କର ପ୍ରାଣହାନୀ ମଧ୍ୟ ହୋଇଛି । ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଉଦ୍ଧାରକାମ ସହ ରିଲିଫ ଯୋଗାଇ ଦିଆଯାଉଛି । 

Bengaluru