ବେଙ୍ଗାଲୁରୁ: ପାଣି.. ପାଣି.. ପାଣି.. ଚାରିଆଡେ ପାଣି । ରାସ୍ତାରେ, ଘରେ, ଅଫିସରେ ସବୁଠି ପଶିଛି ପାଣି । ଲଗାଣ ବର୍ଷା ପରେ କର୍ଣ୍ଣାଟକର ସ୍ଥିତି ସାଙ୍ଘାତିକ ହୋଇଛି । ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମାଙ୍ଗାଲୋର ସହର । ସ୍ଥିତି ଏମିତି ହୋଇଛି ବନ୍ୟା ଭଳି ପରିସ୍ଥିତି ଉପୁଜିଛି । ଜଳର ତାଣ୍ଡବ ପାଇଁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।
ତେବେ ପ୍ରବଳ ବର୍ଷା ପରେ ରାସ୍ତା ନଈ ପାଲଟିଛି । କାର୍ ବୁଡିଛି, ବାଇକ୍ ଭାସି ଯାଇଛି, ଅଫିସରେ ପାଣି ପଶିଯାଇଛି । ପାଣିର ସୁଅ ଚାଲୁଥିବାରୁ ବିଭିନ୍ନ ଘର ଜଳବନ୍ଦୀ ହୋଇଛି ଆଉ ବାହ୍ୟ ଜଗତ ଠାରୁ ବିଚ୍ଛିନ୍ନ ହୋଇଛି । ରାସ୍ତା, ନଦୀ, ପୋଖରୀ ସବୁ ଏକାକାର ହେଇଯାଇଛି ।
#WATCH | Karnataka | Flood-like situation in Mangaluru as the city experiences heavy rainfall. pic.twitter.com/an8oWtLFGY
— ANI (@ANI) June 16, 2025
ତେବେ ଲଗାଣ ବର୍ଷା ପରେ ଭୂସ୍ଖଳନ ହୋଇଛି । ପାହାଡ ଧସିବା କାରଣରୁ ଜାତୀୟ ରାଜପଥ ବନ୍ଦ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ୬ରୁ ଅଧିକ ଜିଲ୍ଲାରୁ ଆଲର୍ଟ ଜାରି କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/16/ViGOD1KcqafDzeRewHw8.jpg)