ବନ୍ୟାରେ ବେହାଲ ରାଜସ୍ଥାନ: ୧୩ରୁ ଅଧିକ ଜିଲ୍ଲାରେ ସ୍ଥିତି ଅସମ୍ଭାଳ, ବନ୍ୟା ଜଳରେ ବୁଡିଲା କୋଟା

ଜୟପୁର: ଲଗାଣ ବର୍ଷା ପରେ ରାଜସ୍ଥାନରେ ଦେଖିବାକୁ ମିଳିଛି ବନ୍ୟା ପ୍ରଳୟ । ହଡୋତି, ବାରାଂ ଏବଂ କୋଟା ସମେତ ଅନେକ ଜିଲ୍ଲାରେ ବନ୍ୟାର ସ୍ଥିତି ଅସମ୍ଭାଳ ହୋଇଛି । କୋଟା ସହର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ଘର ଦ୍ୱାର, ବଜାର ହାଟ ସବୁଠି ପଶିଛି ବନ୍ୟା ପାଣି । ଏନଡିଆରଏଫ ଟିମ୍ ପହଞ୍ଚି ବୋଟ୍ ଜରିଆରେ ଲୋକଙ୍କୁ ସ୍ଥାନାନ୍ତର କାମ ଆରମ୍ଭ କରିଛି । ବନ୍ୟାର ଭୟଙ୍କର ସ୍ଥିତିର ମୁକାବିଲା ପାଇଁ ଗେହଲଟ ସରକାର ସେନାର ସାହାଯ୍ୟ ମାଗିଛନ୍ତି ।

ସେହିପରି ବାରନରେ ବନ୍ୟା ପାଣି ଗାଁ ଭିତରେ ପସି ଯିବାରୁ ଧନ-ଜୀବନ ପ୍ରଭାବିତ ହୋଇଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପାଖାପାଖି ୩୫୦ ଜଣଙ୍କୁ ଉଦ୍ଧାର କରିଛି ଏନଡିଆରଏଫ ଟିମ୍ ।

Rajasthan – FloodList

ରାଜସ୍ଥାନରେ ଗତ ୭ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ପାଇଁ ଅନେକ ନଦୀରେ ବନ୍ୟା ପାଣି ପଶିଛି। ଫଳରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୋଟାରେ ବନ୍ୟା ସ୍ଥିତି ଦେଖିବା ପାଇଁ କୋଟା ସାଂସଦ ତଥା ଲୋକସଭା ବାଚସ୍ପତି ଓମ୍ ବିର୍ଲା ହେଲିକପ୍ଟର ଜରିଆରେ ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖିଛନ୍ତି । ଚାଷ ବିଲରେ ବନ୍ୟା ପାଣି ମାଡି ଯାଇଛି । ଅନେକ ଗାଁରେ ବନ୍ୟା ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି । ଆକାଶମାର୍ଗରୁ ବନ୍ୟା ସ୍ଥିତି ପରଖିବା ପରେ ବୋଟରେ ବସି ବନ୍ୟା ପ୍ରଭାବିତଙ୍କ ପାଖରେ ପହଞ୍ଚିଛନ୍ତି ଓମ୍ ବିର୍ଲା ।

ଉତ୍ତରପ୍ରଦେଶରେ ଲଗାଣ ବର୍ଷା ପାଇଁ ଗଙ୍ଗା ଓ ଯମୁନାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ଅଂଚଳ ଜଳମଗ୍ନ ହୋଇଛି । ପ୍ରୟାଗରାଜ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ସହର ଭିତରେ ପାଣି ପଶି ଯିବାରୁ ସାଧାରଣ ଲୋକେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି । ମୌସୁମୀଜନିତ ବର୍ଷା ପାଇଁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ସମେତ ବିହାର ଓ ପଶ୍ଚିମବଙ୍ଗରେ ବନ୍ୟା ସୃଷ୍ଟି ହୋଇଛି । ଆଉ ଉଦ୍ଧାରକାର୍ଯ୍ୟ ପାଇଁ ଏନଡିଆରଏଫ ଟିମ୍ ନିୟୋଜିତ ହୋଇଛି ।

ସମ୍ବନ୍ଧିତ ଖବର