ବର୍ଲିନ : ପଶ୍ଚିମ ଜର୍ମାନୀରେ ଗତ ବୁଧବାରଠାରୁ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ଗତକାଲି ଅନେକ ଅଂଚଳରେ ବଡ଼ ଧରଣର ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି। ଜର୍ମାନୀ ଓ ବେଲ୍ଜିୟମରେ ବନ୍ୟା ଯୋଗୁଁ ୧୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୩୦୦ ଲୋକ ନିଖୋଜ ଥିବା ଜଣାପଡ଼ିଛି। ଅନେକ ସ୍ଥାନରେ କୋଠା ଘର ଭୁଶୁଡି ପଡିବା ସହ ଯାନବାହନ ଆଦି ଭାସି ଯାଇଛି। ଜର୍ମାନୀର ୭୦୦ ଲୋକ ସଂଖ୍ୟା ବିଶିଷ୍ଟ ସୁଲ୍ଡ ଗ୍ରାମ ସମ୍ପୂର୍ଣ ଛାରଖାର ହୋଇଯାଇଥିବା ବେଳେ ଏରଫାଷ୍ଟେଡ ଗ୍ରାମର ସମସ୍ତ ଘର ଭୁଶୁଡି ପଡ଼ିଛି।
ବେଲଜିୟମରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଫୋନ୍ ସଂଯୋଗ ମଧ୍ୟ ବାଧାପ୍ରାପ୍ତ ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜର୍ମାନୀ ଚାନ୍ସଲର ଆଞ୍ଜେଲା ମର୍କେଲ ଆକାଶ ମାର୍ଗରୁ ବନ୍ୟା ଅଂଚଳ ପରିଦର୍ଶନ କରିଛନ୍ତି। ଦେଶର ଦକ୍ଷିଣ ଏବଂ ପୂର୍ବ ଭାଗର ପ୍ରମୁଖ ରାଜପଥ ଜଳମଗ୍ନ ଥିବା ଯୋଗୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ହେଲିକପ୍ଟର ଦ୍ୱାରା ଲୋକଙ୍କୁ ଯୁଦ୍ଧସ୍ତରରେ ସୁରକ୍ଷିତ ଅଂଚଳକୁ ସ୍ଥାନାନ୍ତର କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/flood-1.jpg)