ନୂଆଦିଲ୍ଲୀ : ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରଗତି କରୁଛି ଏବଂ ଆସନ୍ତା ଦୁଇ ଦିନ ମଧ୍ୟରେ ମହାରାଷ୍ଟ୍ରରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଆସାମ ଓ ମେଘାଳୟରେ ମଧ୍ୟ ଲଗାଣ ବର୍ଷା ପାଇଁ ସତର୍କ କରାଇ ଦିଆଯାଇଛି।
ଅରୁଣାଚଳ ପ୍ରଦେଶରେ ୨୦୪.୫ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ଆସାମ ଏବଂ ମେଘାଳୟରେ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଗତକାଲିଠାରୁ ମେଘାଳୟରେ ବର୍ଷା ଆରମ୍ଭ ହୋଇସାରିଛି। ପ୍ରବଳ ବର୍ଷା ହେତୁ ମେଘାଳୟରେ ଏକ କାଠ ସେତୁ ଧୋଇ ହୋଇଯାଇଛି। ପଶ୍ଚିମ ମେଘାଳୟର ଗାରୋ ପାହାଡ଼ ଅଞ୍ଚଳରେ ବର୍ଷା ଯୋଗୁଁ ଅତଡ଼ା ଧରି ଗୋଟିଏ ପରିବାରର ତିନି ଜଣଙ୍କ ସମେତ ଅତି ୪ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟର ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଅଂଚଳର ପାହାଡ଼ି ଜିଲ୍ଲାଗୁଡ଼ିକର ବିଭିନ୍ନ ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନ ଘଟିଛି। ବୁଧବାର ରାତିରୁ ମେଘାଳୟର ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲାରେ ୧୦ରୁ ଅଧିକ ସ୍ଥାନରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି। ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର୍ କେ ଜେନାମଣି କହିଛନ୍ତି, ମେ ୨୯ରେ ମୌସୁମୀ କେରଳ ଉପକୂଳ ଛୁଇଁଲା ଏବଂ ଏବଂ ମେ ୩୧ରୁ ଜୁନ୍ ୭ ମଧ୍ୟରେ ସମଗ୍ର ଉତ୍ତର-ପୂର୍ବକୁ ଆଚ୍ଛାଦନ କଲା। ଆଗାମୀ ୧୬ରୁ ୨୨ ତାରିଖ ମଧ୍ୟରେ ଉତ୍ତର-ପୂର୍ବ, ପୂର୍ବ ଭାରତ ଏବଂ ଉତ୍ତର-ପଶ୍ଚିମ ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।
ଗତ ମାସରେ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ମୌସୁମୀ ପୂର୍ବରୁ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପୋଲ, ସଡ଼କ ଏବଂ ରେଳ ଟ୍ରାକ୍ ସମେତ ରାଜ୍ୟର ଭିତ୍ତିଭୂମିରେ ବ୍ୟାପକ କ୍ଷତି ଘଟିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଗୋଆ ଏବଂ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁର କିଛି ଅଂଶରେ ମୌସୁମୀର ଅଗ୍ରଗତି ପାଇଁ ଅନୁକୂଳ ସ୍ଥିତି ରହିଥିବା କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/nh1-1.jpg)