ଫ୍ଲୋରିଡା: ଆମେରିକାର ଫ୍ଲୋରିଡା ସ୍ଥିତ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟକୁ ସଂଯୋଗ କରୁଥିବା ଏକ ବିଶାଳ ଫୁଟ୍ ବ୍ରିଜ୍ ଆଜି ଭୁଶୁଡ଼ି ପଡ଼ିଛି। ଏଥିରେ ଅନେକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଏହି ବ୍ରିଜ୍ ବିଶ୍ୱବିଦ୍ୟାଳୟର ଆବାସିକ ଅଂଚଳ ସହିତ ସଂଯୋଗ କରୁଥିବା ଜଣାପଡ଼ିଛି। ୬ ଲେନ୍ ବିଶିଷ୍ଟ ରାଜପଥ ଉପର ଦେଇ ଯାଇଥିବା ଏହି ବ୍ରିଜ୍ ଭୁଶୁଡ଼ିବା ପରେ ଏହା ତଳେ ଅନେକ ଗାଡ଼ି ଫସି ରହିଛି । ତେବେ ମୃତାହତଙ୍କ ସଂଖ୍ୟା ନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।
ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ବ୍ରିଜ୍ ଭୁଶୁଡ଼ିଲା
ଅନେକ ମୃତାହତ ଆଶଙ୍କା
/sambad/media/post_attachments/wp-content/uploads/2018/03/100439054_download-1.jpg)