ସମୁଦ୍ର ଭିତରୁ ମିଳିଲା ସାଢେ ସାତ କୋଟି ଟଙ୍କାର ଡ୍ରଗ୍ସ!

ନୂଆଦିଲ୍ଲୀ: ଦୁନିଆରେ ଠକ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଦୁନିଆରେ ଅନେକ ସ‌ଚ୍ଚୋଟ ଲୋକ ବି ଅଛନ୍ତି। ଏପରି ଜଣେ ସଚ୍ଚୋଟ ବ୍ୟକ୍ତିଙ୍କ କାହାଣୀ ଫ୍ଲୋରିଡା ପୁଲିସ ଲୋକଙ୍କ ସହ ସେୟାର କରିଛି।

ଫ୍ଲୋରିଡା ପୁଲିସର କହିବାନୁସାରେ, ଫ୍ଲୋରିଡାରେ ଜଣେ ବ୍ୟକ୍ତି ବୋର୍ଟ ନେଇ ସମୁଦ୍ର ଭିତରକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ସେ ପାଣିରେ ଅନେକ ପ୍ୟାକେଟ୍ ଭାସୁଥିବା ଦେଖିବାକୁ ପାଇଥିଲେ। କିଛି ସମୟ ଏହି ପ୍ୟାକେଟଗୁଡ଼ିକୁ ଦେଖିବା ପରେ ଯେତିକି ପାରିଥିଲେ ସେତିକି ପ୍ୟାକେଟ୍ ସଂଗ୍ରହ କରି କୂଳକୁ ଆଣିଥିଲେ। କୂଳରେ ପହଞ୍ଚିବା ପରେ ସଂଗ୍ରହ କରିଥିବା ସମସ୍ତ ପ୍ୟାକେଟ ସିଲ ଥିବା ଦେଖି,  ତାହାକୁ ଆଉ ନଖୋଲି ଉକ୍ତ ବ୍ୟକ୍ତି ଜଣକ ପୁଲିସକୁ ଖବର ଦେଇଥିଲେ।

Drug alert issued for Kamloops | iNFOnews | Thompson-Okanagan's News Source

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ପ୍ୟାକେଟକୁ ଜବତ କରି ନେଇଥିଲା। ଜବତ ହୋଇଥିବା ପ୍ୟାକେଟଗୁଡ଼ିକ ପୁଲିସ ଯେତେବେଳେ ଖୋଲିଥିଲା ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ହୋସ୍ ଉଡ଼ିଗଲା। କାରଣ ସମସ୍ତ ପ୍ୟାକେଟରେ ସମୁଦାୟ ୩୦ କିଲୋଗ୍ରାମ କୋକେନ ଥିଲା, ଯାହାର ବଜାର ମୂଲ୍ୟ ପ୍ରାୟ ସାଢେ ସାତ କୋଟି ଟଙ୍କା ହେବ। ଏହି ଡ୍ରଗ୍ସ ପାଇଥିବା ବ୍ୟକ୍ତିଙ୍କ ସଚ୍ଚୋଟତାକୁ ପ୍ରଶଂସା କରାଯାଉଛି। ସେ ଚାହିଁଥିଲେ ଏହାକୁ ବିକ୍ରି କରି କୋଟିପତି ହୋଇ ପାରି ଥାଆନ୍ତେ। କିନ୍ତୁ ସେ ଲୋକ ନକରି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।

ତେବେ ଏହା ପ୍ରଥମ ଘଟଣା ନୁହେଁ, କିଛିଦିନ ପୂର୍ବରୁ ଏମିତି ଏକ ସମାନ ଘଟଣା ସାମ୍ନାକୁ ଆସିଥିଲା। ସମୁଦ୍ରରୁ ପ୍ରାୟ ୧୧ କୋଟି ଟଙ୍କା ମୂଲ୍ୟର କୋକେନ ମିଳିଥିଲା। ଏହାକୁ ବି ସିଲ୍ କରାଯାଇ ସମୁଦ୍ରରେ ଫିଙ୍ଗି ଦିଆଯାଇଥିଲା। ଏବେ ପୁଣି ଏମିତି ଏକ ସମାନ ଘଟଣା  ଆସିବା ପରେ ପୁଲିସ ଉପରେ ଚଡ଼କ ପଡ଼ିଛି।

ସମ୍ବନ୍ଧିତ ଖବର