ନୂଆଦିଲ୍ଲୀ: ଦେଶର କିଛି ଅଞ୍ଚଳରେ ଗତ କିଛି ମାସ ହେବ ଥଣ୍ଡା, କାଶ ବୃଦ୍ଧି ପାଇଛି। ଦୁଇ ବର୍ଷ ଧରି ଦେଶ କରୋନା ଭାଇରସ୍‌ ସହ ଲଢ଼େଇ କରିବା ପରେ ଏବେ ଥଣ୍ଡା, କାଶ ଲୋକଙ୍କ ଚିନ୍ତା ବଢ଼ାଉଛି। ପୁଣି ଥରେ କରୋନା ଫେରିଲା କି ବୋଲି ଚିନ୍ତା କରି ଲୋକେ ଭୟଭୀତ ହେଉଛନ୍ତି। ଚାଲନ୍ତୁ ଜାଣିବା ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ଦ୍ବାରା ବ୍ୟାପୁଥିବା ଏହି ସଂକ୍ରମଣ ସଂପର୍କିତ କିଛି ଗୁରୁତ୍ବପୂର୍ଣ୍ଣ କଥା।

Advertisment

ପୂରା ଦେଶରେ ଜ୍ବର ଓ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ (ଆସିଏମ୍‌ଆର୍‌) କହିଛି ଇନ୍‌ଫ୍ଲୁଏଞ୍ଜା ହେଉଛି ଏଚ୍‌୨ଏନ୍‌୩ ଭାଇରସ୍‌ର ସବ୍‌ଟାଇପ୍‌।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ଭାଇରସ୍‌ ହେତୁ ଅଧିକ ସଂଖ୍ୟକ ଲୋକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥାନ୍ତି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଗତ ୨-୩ ମାସ ମଧ୍ୟରେ ପୂରା ଭାରତରେ ଏହି ମାମଲା ଧୀରେ ଧୀରେ ତା’ର କାୟା ବିସ୍ତାର କରି ଚାଲିଛି।

publive-image ndtv.in

ଏହି ଭାଇରସ୍‌ରେ ଜ୍ବର ସହ କାଶ ମଧ୍ୟ ହୋଇଥାଏ। ଡାକ୍ତରଙ୍କ କହିବାନୁଯାୟୀ, ଏହି ସଂକ୍ରମଣ ଠିକ୍‌ ହେବାକୁ ସମୟ ନେଉଛି। ଅଧିକାଂଶ ରୋଗୀ ସୁସ୍ଥ ହେବା ପରେ ବି ସେମାନଙ୍କ ଶରୀରରେ ଲକ୍ଷଣ ରହିଥାଏ।

କ୍ଲିନିକାଲ୍‌ ଟ୍ରାଏଲ୍‌ ବିଶେଷଜ୍ଞ ଡକ୍ଟର ଅନିତା ରମେଶ କହନ୍ତି ଯେ ଇନ୍‌ଫ୍ଲୁଏଞ୍ଜା ମାରଣାନ୍ତକ ନୁହେଁ। ହେଲେ କିଛି ‌ରୋଗୀ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇ ମୋ କ୍ଲିନିକରେ ଭର୍ତ୍ତି ହୋଇଛନ୍ତି। ଏହାର ଲକ୍ଷଣ ପ୍ରାୟ କରୋନା ପରି। ହେଲେ ପରୀକ୍ଷା କରିବାରୁ କୋଭିଡ୍ ନେଗେଟିଭ୍‌ ଆସୁଛି।’

ଅନ୍ୟପକ୍ଷରେ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ (ଆଇଏମ୍‌ଏ) ପକ୍ଷରୁ ଥଣ୍ଡା, ଜ୍ବର ଓ କାଶ ପାଇଁ ଆଖିବୁଜି ଆଣ୍ଟିବାୟୋଟିକ୍‌ ସେବନକୁ ବାରଣ କରାଯାଇଛି। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଏକଦମ୍ ଜରୁରୀ ବୋଲି କହାଯାଇଛି।