ବାରଣାସୀରେ ଫ୍ଲାଏଓଭର ଭୁଶୁଡ଼ିଲା୨୦ ମୃତ :୫୦ରୁ ଊର୍ଦ୍ଧ୍ୱ ଫସିଛନ୍ତି

ଲକ୍ଷ୍ନୌ : ବାରଣାସୀରେ ଆଜି ଏକ ନିର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ି ପଡ଼ିବା ଫଳରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫ରୁ ଅଧିକ ଆହତ ହୋଇଛନ୍ତି। । ତେବେ ଭଗ୍ନସ୍ତୁପ ତଳେ ଆହୁରି ୫୦ରୁ ଊର୍ଦ୍ଧ୍ୱ ଲୋକ ଫସିରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଇଛି। ଲାହରତାରା କ୍ୟାନସର ହସ୍ପିଟାଲ୍‌ ନିକଟସ୍ଥ ସିଗ୍ରା ପୁଲିସ ଷ୍ଟେସନ୍‌ ଅଧୀନରେ ଥିବା ନିର୍ମାଣାଧୀନ ପୋଲଟି ଆଜି ଅପରାହ୍ନରେ ଅଚାନକ ଭୁଶୁଡ଼ି ପଡ଼ିଥିଲା। ଭଗ୍ନସ୍ତୁପ ଭିତରେ କେତେକ କାର୍‌ ଏବଂ ବସ୍‌ ମଧ୍ୟ ଫଶି ଯାଇଛି। ଏନ୍‌ଡିଆରଏଫ୍‌ ଏବଂ ଏସ୍‌୍‌ଡିଆର୍‌ଏଫ୍‌୍‌ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ପୂର୍ତ୍ତ ବିଭାଗର ଦୁଇ ଜଣ ବରିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିବାରୁ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ଵିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କେପି ମୌର୍ଯର୍୍ୟ ଏବଂ ମନ୍ତ୍ରୀ ନୀଳକଣ୍ଠ ତିଓ୍ଵାରିଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ବାରଣାସୀ ଯିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଫ୍ଲାଏ ଓଭର୍‌ଟି ଲାହରତାରାରୁ ଚୌକା ଘାଟ ମଧ୍ୟରେ ନିର୍ମାଣ ହେଉଥିଲା।

ସମ୍ବନ୍ଧିତ ଖବର