ନୂଆଦିଲ୍ଲୀ: ବିଏମଡବ୍ଲୁ କାର ଦୁର୍ଘଟଣାର ଏକ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଏପରି ଏକ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ବିଏମଡବ୍ଲୁ କାର ରୋଡ ବେରିୟର ସହ ଧକ୍କା ହୋଇ ଏକ ସୁଡଙ୍ଗ ଉପରକୁ ଉଡି ଉଡି ଯାଉଛି । ଏହି ଭିଡିଓକୁ ସ୍ଲୋଭାକିଆ ପୁଲିସ ପକ୍ଷରୁ ଜାରି କରାଯାଇଛି।
/sambad/media/post_attachments/wp-content/uploads/2018/12/download-5-8.jpg)
ଆଶ୍ଚର୍ଯ୍ୟର କଥା ହେଉଛି କାର ଚଳାଉଥିବା ୪୪ ବର୍ଷୀୟ ଡ୍ରାଇଭରଙ୍କୁ ଏହି ଦୁର୍ଘଟଣାରେ କୌଣସି ପ୍ରକାର କ୍ଷତି ପହଞ୍ଚି ନାହିଁ। ଏପରିକି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କ ଶରୀରରେ ଆଲକହଲ ନଥିବା ମଧ୍ୟ ଜଣାପଡିଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଗାଡି ଚଳାଇବା ସମୟରେ ଡ୍ରାଇଭରଙ୍କୁ ହଠାତ ନିଦ ଆସିଯାଇଥିଲା, ଯେଉଁ କାରଣରୁ ଏପରି ସାଂଘାତିକ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ କାରଟି ପାଖାପାଖି ୨୦ ଫୁଟ୍ ଉପରକୁ ଚାଲିଯାଇଥିଲା। ଏହି ଘଟଣା ଉତ୍ତର-ପୂର୍ବ ସ୍ଲୋଭାକିଆର ପୋପରାଡ ନାମକ ସ୍ଥାନରେ ଥିବା ବୋରିକ୍ ସୁଡଙ୍ଗରେ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/1_PAY-MAIN-Borik-tunnel.jpg)