ଆରିଜୋନା ଅଞ୍ଚଳରେ ଉଡ଼ନ୍ତା ଥାଳିଆ ଦେଖିଲେ ୨ ପାଇଲଟ୍‌  

ଓ୍ଵାସିଙ୍ଗଟନ୍‌: ଆରିଜୋନା ଅଞ୍ଚଳରେ ଆକାଶମାର୍ଗରେ ବିମାନରେ ୩୦,୦୦୦ ଫୁଟ ଉପରେ ଯାତ୍ରା କରୁଥିବା ଗୋଲାକାର ଆକୃତିର ବୃହତ୍‌ ବସ୍ତୁ(ଉଡ଼ନ୍ତା ଥାଳିଆ)କୁ ଦୁଇଜଣ ବିମାନ ଚାଳକ ଦେଖିଛନ୍ତି। ଏହି ଖବର ସିବିଏସ୍‌ ଡେନ୍‌ଭର  ମାଧ୍ୟମରେ ପ୍ରକାଶ ପାଇଛି। ବେତାର ସଂଯୋଗୀକରଣରୁ ଜଣାଯାଏ, ଆମେରିକା ଏୟାର ଲାଇନ୍ସ ଓ ଫୋନେକ୍ସ ଏୟାର ଲାଇନ୍ସ ଦ୍ୱାରା ଜଣା ପଡ଼ିଲା ଯେ ଗତ ଫେବୃଆରି ୨୪ରେ ବିମାନର ଅପର ପାର୍ଶ୍ୱରେ ପ୍ରାୟ ଦୁଇ ତିନି ହଜାରଫୁଟ ଦୂରରେ ଗତିକରୁଥିଲା। ସେତେବେଳକୁ ସମୟ ଅପରାହ୍ନ ୩ଟା ୩୦ ହୋଇଥିଲା।

ଦୁଇ ବିମାନ ଚାଳକଙ୍କ କଥୋପକଥନ ଆଲବ୍ୟୁକେରକ୍ୱ ଲଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଫୋନେକ୍ସ ଏୟାର ପାଇଲଟ୍‌ ତରଫରୁ ପହଞ୍ଚାଇ ଦିଆ ଯାଇଥିଲା।  ଏଫ୍‌ଏଏ ସଂସ୍ଥା ତରଫରୁ ତାହା ନେଗେଟିଭ ଥିଲା। ଫୋନେକ୍ସ ଆମେରିକାନ୍‌ ୧୦୯୫ ଏୟାରଲାଇନ୍‍ ଫ୍ଲାଇଟକୁ ସତର୍କ ଦୃଷ୍ଟି ରଖିବାକୁ ସତର୍କ କରାଇ ଦେଇଥିଲା। ଉକ୍ତ ବସ୍ତୁଟିକୁ ଅତିକ୍ରମ କରିବାକୁ ତିରିଶ ସେକେଣ୍ଡ ଲାଗିଥିଲା। ସେଥିରୁ ଉଜ୍ୱଳ ଆଲୋକ ପ୍ରତିଫଳିତ ହେଉଥିଲା। ପାଇଲଟଙ୍କ ମତରେ ଗୁଗୁଲ୍‌ ବଲ ପରି ଦେଖାଯାଉଥିଲା।

ଏହି ଦୁଇଟି ବିମାନର ଚାଳକଙ୍କ ବାର୍ତ୍ତାଳାପ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲକୁ ପରିଷ୍କାର ଭାବରେ ଶୁଣାଯାଇ ପାରୁନଥିଲା। ଅନ୍ୟାନ୍ୟ ଦେଶର ବିଭିନ୍ନ ବିମାନ ଯାତାୟତ କରୁଥିବାରୁ ଶବ୍ଦ ପ୍ରଦୂଷଣ ହେଉଥିଲା। ଫା’ର ଲିନ୍‌ ଲନ୍ସ ଫୋର୍ଡ଼ କହନ୍ତି, ୟୁଏଫ୍‌ଓ(ଉଡ଼ନ୍ତା ଥାଳିଆ) ନିଉ ମେକ୍ସିକୋର ରସେଓ୍ଵଲ ଠାରୁ ପ୍ରାୟ ୫୦୦ମାଇଲ୍‌ ଦୂରରେ ଦେଖା ଯାଇଥିଲା। ଆମେରିକା ଇତିହାସରେ ରସେଓ୍ଵଲ ହେଉଛି ଉଡ଼ନ୍ତା ଥାଳିଆ କାହାଣୀର ଗନ୍ତାଘର। ୧୯୪୭ରେ ଏପରି ଏକ ଥାଳିଆ ବିସ୍ଫୋରଣ ଘଟି ମରୁଭୂମି ଅଞ୍ଚଳରେ ଖସି ପଡ଼ିଥିଲା। ଆଲବ୍ୟୁକ୍ୱେରିକ୍ୟୁରେ କବ୍‌-ଟିଭିକୁ ବିବରଣୀରେ କୁହାଯାଇଛି, ବସ୍ତୁଟି ସମ୍ବନ୍ଧରେ ସଠିକ ଖବର ମିଳିନାହିଁ। ଏଥିପାଇଁ ଏହି ୟୁଏଫ୍‌ଓ ଉପରେ ଟିକିନିଖି ଖବର ରଖିବାପାଇଁ ୨୨ ମିଲିୟନ୍‌ ଡଲାର ବଜେଟ ଖର୍ଚ୍ଚ ରଖାଯାଇଛି।

 

ସମ୍ବନ୍ଧିତ ଖବର