ସାଧାରଣ ବଜେଟ୍ ୨୦୨୨-୨୩ ଲାଇଭ୍ : ଗୋଟିଏ ଶ୍ରେଣୀ-ଗୋଟିଏ ଟିଭି ଚ୍ୟାନେଲ’ କାର୍ଯ୍ୟକ୍ରମର ସଂପ୍ରସାରଣ କରାଯିବ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୯.୨୭ ପ୍ରତିଶତ ରହିବ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାର ଭିତ୍ତିଭୂମି ନିର୍ମାଣ, କୃଷି,  ପୁଞ୍ଜି ବିନିବେଶ, ସଡ଼କ ନିର୍ମାଣ ଉପରେ ଗୁରୁତ୍ବ ଦେଉଛନ୍ତି ବୋଲି ସେ କହିଛନ୍ତି । ଏହି ବଜେଟ ଆଗାମୀ ୨୫ ବର୍ଷର ଅମୃତ କାଳ- ସ୍ବାଧୀନତାର ୭୫ ବର୍ଷରୁ ୧୦୦ ବର୍ଷ ପର୍ଯ୍ୟନ୍ତ’  ପାଇଁ ଭାରତୀୟ ଅର୍ଥନୀତିର ମୂଳଦୂଆ ନିର୍ମାଣ ଓ ବ୍ଲୁ ପ୍ରିଣ୍ଟ ସ୍ଥାପନ କରିବ ବୋଲି ସେ କହିଛନ୍ତି ।

କରୋନା ମହାମାରୀ ସମୟରେ ସ୍କୁଲଗୁଡ଼ିକ ବନ୍ଦ ଥିବାରୁ ପିଲାମାନଙ୍କ ଶିକ୍ଷା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ପିଏମ ଇ-ବିଦ୍ୟା ଅଧିନସ୍ଥ ଗୋଟିଏ ଶ୍ରେଣୀ-ଗୋଟିଏ ଟିଭି ଚ୍ୟାନେଲ’ କାର୍ଯ୍ୟକ୍ରମର ସଂପ୍ରସାରଣ କରି ୨୦୦ ଚ୍ୟାନେଲକୁ ବୃଦ୍ଧି କରାଯିବ । ଏହା ଦ୍ବାରା ପ୍ରଥମ ଶ୍ରେଣୀରୁ ୧୨ଶ ଶ୍ରେଣୀ ପିଲାମାନଙ୍କୁ ଶିକ୍ଷା ଦାନରେ ସହାୟତା ମିଳିପାରିବ ।

 

ସମ୍ବନ୍ଧିତ ଖବର