ଫୋର୍ବସ ଧନୀ ତାଲିକା : ମୁକେଶ ଅମ୍ବାନୀ ୧ ନମ୍ବର ଧନୀ

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନି ଭାରତର ୧ନମ୍ବର ଧନୀ ମାନ୍ୟତା ବଜାୟ ରଖିଛନ୍ତି । ଫୋର୍ବସ ପକ୍ଷରୁ ପ୍ରକାଶିତ ଧନୀ ତାଲିକା ଅନୁସାରେ ମୁକେଶଙ୍କ ମୋଟ ସଂପତ୍ତି ପରିମାଣ ୫୧.୪ ବିଲିୟନ ଡଲାର ବା ୩.୭ ଲକ୍ଷ କୋଟି ଟଙ୍କା ରହିଛି । ଗତ ୧୨ ବର୍ଷ ଧରି ମୁକେଶ ଫୋବସ ଧନୀ ତାଲିକାର ୧ନମ୍ବର ସ୍ଥାନରେ ଅଛନ୍ତି । ତାଙ୍କ ତଳକୁ ଅଛନ୍ତି ଅଦାନୀ ଗ୍ରୁପ ମୁଖ୍ୟ ଗୌତମ ଅଦାନୀ । ଗତବର୍ଷ ତୁଳନାରେ ସେ ୮ଟି ସୋପାନ ଉପରକୁ ଚଢି ୨ୟ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କର ମୋଟ ସଂପତ୍ତି ପରିମାଣ ୧୫.୭ ବିଲିୟନ ଡଲାର ରହିଛି । ଏମାନଙ୍କ ତଳକୁ ରହିଛନ୍ତି ହିନ୍ଦୁଜା ପରିବାର, ପାଲୁନଜୀ ମିସ୍ତ୍ରୀ, ଉଦୟ କୋଟାକ, ଶିବ ନାଦର ପ୍ରମୁଖ ।

ଏହି ତାଲିକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବହୁଦିନ ଧରି ଦେଶର ନଂ ୨ ଧନୀ ଥିବା ଓ୍ଵିପ୍ରୋ ପ୍ରତିଷ୍ଠାତା ଅଜୀମ ପ୍ରେମଜୀଙ୍କ ସଂପତ୍ତି ହ୍ରାସ ପାଇଛି । ସେ ଏବେ ୧୭ ନମ୍ବର ସ୍ଥାନରେ ଅଛନ୍ତି । ନିଜ ସମ୍ପତ୍ତିର ଏକ ବଡ଼ ଭାଗ ଦାନ କରିବା ପରେ ତାଙ୍କ ସଂପତ୍ତି ପରିମାଣ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର