ନୂଆଦିଲ୍ଲୀ : ପ୍ରେସ କ୍ଲବ୍ ଅଫ ଇଣ୍ଡିଆ ଓ ଓଡ଼ିଶା ମିଡିଆ ଫୋରମ୍ର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା ୨ ଦିନିଆ ଓଡ଼ିଆ ଫୁଡ୍ ଫେଷ୍ଟିଭାଲ୍କୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍ତି। ପ୍ରଥମ ଥର ପାଇଁ ପ୍ରେସ କ୍ଲବ୍ ଅଫ ଇଣ୍ଡିଆ ପରିସରରେ ଆୟୋଜନ କରାଯାଇଥିବା ଓଡ଼ିଆ ଫୁଡ୍ ଫେଷ୍ଟିଭାଲ୍ରେ ଓଡ଼ିଶାର ପାରମ୍ପରିକ ଆମିଷ ଓ ନିରାମିଷ ଖାଦ୍ୟ ପରିବେଷଣ କରାଯାଉଛି। ଛେନାପୋଡ଼ ସହ ଛେନାରେ ପ୍ରସ୍ତୁତ ମିଷ୍ଟାନ୍ନ ମଧ୍ୟ ଓଡ଼ିଶାର ପ୍ରତିଷ୍ଠିତ ରୋଷେୟାମାନଙ୍କ ଦ୍ୱାରା ଫୁଡ୍ ଫେଷ୍ଟିଭାଲ୍ରେ ପ୍ରସ୍ତୁତ କରାଯାଉଛି। କଙ୍କଡ଼ା ଚିଙ୍ଗୁଡ଼ି ଓ ମାଛ ଆମିଷ ବ୍ୟଞ୍ଜନର ମଜା ନେଉଛନ୍ତି ଆଗନ୍ତୁକମାନେ। ଓଡ଼ିଶାର ଖାଦ୍ୟକୁ ଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଏଭଳି ଏକ ଫୁଡ୍ ଫେଷ୍ଟିଭାଲ୍ ଆୟୋଜନ କରାଯାଇଥିବା ଆୟୋଜକମାନେ କହିଛନ୍ତି। ଗତ ୨ ବର୍ଷରୁ ଓଡ଼ିଶା ନିବାସରେ ସର୍ବସାଧାରଣଙ୍କ ପାଇଁ କ୍ୟାଣ୍ଟିନ୍ ବନ୍ଦ କରିଦିଆଯିବାପରେ ପ୍ରବାସୀ ଓଡ଼ିଆ ଓ ଅଣ ଓଡ଼ିଆମାନେ ଓଡ଼ିଆ ବ୍ୟଞ୍ଜନ ସେବନରୁ ବଞ୍ଚିତ ହୋଇଥିବାବେଳେ ୨ ଦିନର ଓଡ଼ିଆ ଫୁଡ୍ ଫେଷ୍ଟିଭାଲ୍ ସେମାନଙ୍କ ପାଇଁ ଓଡ଼ିଆ ଖାଦ୍ୟ ଖାଇବାର ସୁଯୋଗ ପ୍ରଦାନ କରିଛି। ଆସନ୍ତାକାଲି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ ଓଡିଆ ଫୁଡ୍ ଫେଷ୍ଟିଭାଲ୍ର ଉଦ୍ଯାପନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଆୟୋଜକମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରେସ କ୍ଲବ୍ ଅଫ ଇଣ୍ଡିଆରେ ୨ ଦିନିଆ ଓଡ଼ିଆ ଫୁଡ୍ ଫେଷ୍ଟିଭାଲ୍ର ଉଦ୍ଘାଟନ
/sambad/media/post_attachments/wp-content/uploads/2018/01/press.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)