ଟ୍ରେନ ଭିତରେ ୮୦ଟଙ୍କା ଓ ଷ୍ଟେସନରେ ୭୦ ଟଙ୍କାରେ ମିଳିବ ଶାକାହାରୀ ଭୋଜନ

ଏଣିକି ଟ୍ରେନରେ ୮୦ ଟଙ୍କାରେ ଶାକାହାରୀ ମିଲ୍ ଓ ଷ୍ଟେସନରେ ୭୦ ଟଙ୍କାରେ ଶାକାହାରୀ ମିଲ୍ ମିଳିବ । ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ 'ଏକ୍ସ'ରେ ଏକ ପୋଷ୍ଟ କରି ସୂଚନା ଦିଆଯାଇଛି ।

meal (1)

ନୂଆଦିଲ୍ଲୀ :  ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ରେଳଗାଡ଼ିରେ ଯାତ୍ରା କରନ୍ତି । କିଛି ଲୋକ ଘରୁ ଖାଦ୍ୟ ନେଇ ଟ୍ରେନରେ ଖାଆନ୍ତି ତ ଆଉ କିଛି ଟ୍ରେନ ଓ ଷ୍ଟେସନରେ ମିଳୁଥିବା ଖାଦ୍ୟ ଖାଆନ୍ତି । ତେବେ ଷ୍ଟେସନ ଓ ଟ୍ରେନରେ ମିଳୁଥିବା ଖାଦ୍ୟର ମୂଲ୍ୟ ଓ ଗୁଣବତ୍ତାକୁ ନେଇ ବେଳେ ବେଳେ ପ୍ରଶ୍ନ ଉଠିଥାଏ । ଏବେ ଏହି ସମସ୍ୟାର ଏକ ସମାଧାନ ନେଇ ଆସିଛି ଭାରତୀୟ ରେଳପଥ । ଏଣିକି ଟ୍ରେନ ଭିତରେ ୮୦ ଟଙ୍କାରେ ଶାକାହାରୀ ମିଲ୍ ଓ ଷ୍ଟେସନରେ ୭୦ ଟଙ୍କାରେ ଶାକାହାରୀ ମିଲ୍ ମିଳିବ । ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ 'ଏକ୍ସ'ରେ ଏକ ପୋଷ୍ଟ କରି ସୂଚନା ଦିଆଯାଇଛି । 

ମନ୍ତ୍ରାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଯଦି ଟ୍ରେନ ଭିତରେ ପାଣ୍ଟ୍ରି କର୍ମଚାରୀ କିମ୍ବା ଷ୍ଟେସନରେ ଏହି ଦରଠାରୁ ଅଧିକ ଅର୍ଥ ନିଆଯାଏ ତେବେ ଲୋକମାନେ ସେମାନଙ୍କୁ ଏହି ଟ୍ବିଟ୍ ଦେଖାଇପାରିବେ । ଯଦି ସେମାନେ ତାହାକୁ ଗ୍ରହଣ ନ କରନ୍ତି ତେବେ ସେମାନଙ୍କ ବିରୋଧରେ ଅଭିଯୋଗ କରାଯାଇପାରିବ।

ଏହି  ରେଳ ମନ୍ତ୍ରଣାଳୟ କହିଛି ଯେ ଭେଜ ମିଲର ମେନୁରେ ସାଦା ଭାତ (୧୫୦ ଗ୍ରାମ), ଡାଲି କିମ୍ବା ସାମ୍ବର (୧୫୦ ଗ୍ରାମ), ଦହି (୮୦ ଗ୍ରାମ), ୨ଟି ପରଟା କିମ୍ବା ୪ଟି ରୋଟି (୧୦୦ ଗ୍ରାମ), ତରକାରୀ (୧୦୦ ଗ୍ରାମ) ଏବଂ ଏକ ପ୍ୟାକେଟ ଆଚାର (୧୨ ଗ୍ରାମ) ଅନ୍ତର୍ଭୁକ୍ତ ରହିବ।

ମନ୍ତ୍ରାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଯଦି ଟ୍ରେନ ଭିତରେ ପାଣ୍ଟ୍ରି କର୍ମଚାରୀ କିମ୍ବା ଷ୍ଟେସନରେ ଏହି ଦରଠାରୁ ଅଧିକ ଅର୍ଥ ନିଆଯାଏ ତେବେ ଲୋକମାନେ ସେମାନଙ୍କୁ ଏହି ଟ୍ବିଟ୍ ଦେଖାଇପାରିବେ । ଯଦି ସେମାନେ ତାହାକୁ ଗ୍ରହଣ ନ କରନ୍ତି ତେବେ ସେମାନଙ୍କ ବିରୋଧରେ ଅଭିଯୋଗ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe