ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଖାଦ୍ୟ ଦେବାରୁ ନିଲମ୍ବିତ ହେଲେ ଅଧିକାରୀ

ଭୋପାଳ: ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଖାଦ୍ୟ ଦେବାରୁ ନିଲମ୍ବିତ ହେଲେ ଅଧିକାରୀ | ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାପାଳ ମନୀଷ ସିଂ ଖାଦ୍ୟ ଏବଂ ଔଷଧ ପ୍ରଶାସନ ବିଭାଗର ଫୁଡ ଇନ୍ସପେକ୍ଟର ମନୀଷ ସ୍ୱାମୀଙ୍କୁ ନିଲମ୍ବିତ କରିଥିଲେ । ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଇନ୍ଦୋର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରୋଟୋକଲକୁ ଅନୁସରଣ କରିବାରେ ଅବହେଳା ହେତୁ ଏହି ପଦକ୍ଷେପ ନିଆଯାଇଥିଲା। ଅବଶ୍ୟ ପରେ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ନିଲମ୍ବନ ଆଦେଶ କୁ ପ୍ରତ୍ୟାହାର କରିନିଆଯାଇଛି |

ମିଳିଥିବା ସୂଚନା ମୁତାବକ ଯେତେବେଳେ ମୁଖ୍ୟମନ୍ତ୍ରୀ ଏକ ଭ୍ରମଣରେ ଆସନ୍ତି, ପ୍ରୋଟୋକଲ୍ ଅନୁଯାୟୀ ତାଙ୍କ କର୍ମଚାରୀଙ୍କ ସମେତ ଅନେକ ଲୋକଙ୍କ ଖାଦ୍ୟ ବ୍ୟବସ୍ଥା କରାଯାଇଥାଏ | ବୁଧବାର ଦିନ ଖାଦ୍ୟ ବିଳମ୍ବରେ ପହଞ୍ଚିଥିଲା ଏବଂ ଖାଦ୍ୟର ମାନ ଖରାପ ଥିଲା | ଏହାକୁ ଗୁରୁତର ସହ ନେଇ କଲେକ୍ଟର କାର୍ଯ୍ୟାନୁଷ୍ଠାନ ନେଇଥିଲେ | ଖାଦ୍ୟ ପ୍ୟାକ୍ କରିବା ସମୟରେ ସମ୍ପୂର୍ଣ୍ଣ ପ୍ରୋଟୋକଲ୍ ଅନୁସରଣ କରାଯାଇନଥିଲା | ଉଲ୍ଲେଖ ଥାଉ କି ୨୩ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଇନ୍ଦୋରକୁ ଆସିଥିଲେ।

मुख्यमंत्री को ठंडा खाना दिया तो अधिकारी सस्पेंड, राजनीति तेज हुई तो हुए बहाल
photo-aajtak

ଆଉ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ଫୁଡ ଇନ୍ସପେକ୍ଟର ମନୀଷ ସ୍ୱାମୀଙ୍କ ଉପରେ ନ୍ୟସ୍ତ କରାଯାଇଥିଲା | କିନ୍ତୁ ମନୀଷ ଖାଦ୍ୟ ବିଳମ୍ବରେ ଆଣିବା ସହ ଥଣ୍ଡା ଖାଦ୍ୟ ଆଣିଥିଲେ | ଯେଉଁଥିପାଇଁ କାର୍ଯ୍ୟରେ ଅବହେଳା ହେତୁ କଲେକ୍ଟର ମନୀଷ ସିଂ ତାଙ୍କୁ ତୁରନ୍ତ ନିଲମ୍ବନ କରିଥିଲେ। ପରେ ପୁନଃଅବସ୍ଥାପିତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର