ଲକ୍ଷ୍ନୌ: ଆରମ୍ଭ ହୋଇଗଲାଣି ଗ୍ରୀଷ୍ମପ୍ରବାହ । ଗରମ ଦିନ ପାଇଁ ସବୁଠି ବିକ୍ରି ହେଲାଣି ଭିନ୍ନଭିନ୍ନ ପ୍ରକାରର କୋଲ୍ଡଡ୍ରିଙ୍କସ୍ । ବାଟବାଟିକା ଲସି ବି ବିକ୍ରିହେଲାଣି । ପ୍ରଚୁର ଗରମ ପାଇଁ ଲୋକେ ବି ଘରୁ ବାହାରିବା କ୍ଷଣି କୋଲ୍ଡଡ୍ରିଙ୍କସ୍ ଖୋଜୁଛନ୍ତି । ତେବେ ଖରାରୁ ମୁକ୍ତି ପାଇଁ କିମ୍ବା ଶୋଷରୁ ମୁକ୍ତି ପାଇଁ ବଜାରରୁ କୋଲ୍ଡଡ୍ରିଙ୍କସ୍ କିଣି ପିଉଥିଲେ ସାବଧାନ । କାରଣ ଆପଣ ପିଉଥିବା କୋଲ୍ଡଡ୍ରିଙ୍କସ୍ ହୋଇଥାଇପାରେ ନକଲି । କାରଣ ଗରମକୁ ଦୃଷ୍ଟିରେ ରଖି ଅନେକ ବିତରକ ନକଲି କୋଲ୍ଡଡ୍ରିଙ୍କସ୍ ବି ବଜାରକୁ ଛାଡି ଦେଇପାରିଥାନ୍ତି । ଉତ୍ତରପ୍ରଦେଶରୁ ଏମିତି ଏକ ଖବର ଆସିବା ପରେ ସଜାଗ ହୋଇଯାଇଛନ୍ତି ଗ୍ରାହକ । ତେଣୁ ଆପଣ ବି ବଜାରରେ କୋଲ୍ଡଡ୍ରିଙ୍କସ୍ କିଣି ପିଉଥିଲେ ସିଧା ମୁହଁରେ ଲଗାଇ ଢକ ଢକ କରି ପିଇବା ଆଗରୁ ତାର ଏକ୍ସପାଏରୀ ତାରିଖ ଭଲରେ ଦେଖନ୍ତୁ ଆଉ ପରେ ପିଅନ୍ତୁ ।

Advertisment

ସାଧାରଣତ କୋଲ୍ଡଡ୍ରିଙ୍କସ୍ ୬ ମାସରେ ହିଁ ଏକ୍ସପାଏରୀ ହୋଇଥାଏ । ତେଣୁ ପ୍ରତି କୋଲ୍ଡଡ୍ରିଙ୍କସ୍ ୬ ମାସ ପରେ ବଜାରରେ ବିକ୍ରୟ ମନା କିମ୍ବା ଦୋକାନୀ ୬ ମାସ ପରେ ତାହା ବିକ୍ରି କରନ୍ତି ନାହିଁ । ମାତ୍ର ଉତ୍ତରପ୍ରଦେଶ ଗୋରଖପୁରର ଜଣେ ବଡ ଡିଷ୍ଟ୍ରିବୁଟର ନାମୀଦାମୀ କମ୍ପାନୀର କୋଲ୍ଡଡ୍ରିଙ୍କସକୁ ଏକ୍ଲପାଏରୀ ପରେ ବି ବଜାରକୁ ଛାଡିବାକୁ ଯୋଜନା କରିଥିଲା । କୋଲ୍ଡଡ୍ରିଙ୍କସର ଏକ୍ସପାଏରୀ ତାରିଖକୁ ଆଉ ୬ ମାସ ଅଧିକ ବଢାଇ ଦେଇଥିଲା । ଅର୍ଥାତ କୋଲ୍ଡଡ୍ରିଙ୍କସର ଏକ୍ସପାଏରୀ ତାରିଖ ୬ ମାସ ପରିବର୍ତ୍ତେ ବର୍ଷେ ହୋଇଥିଲା । ଯାହାର ଖବର ଖାଦ୍ୟ ସୁରକ୍ଷା ବିଭାଗ ପାଖରେ ପହଞ୍ଚିବା ପରେ ଗୋଦାମରେ ଚଢାଉ କରି ପାଖାପାଖି ୧୦୦୦ ପେଟି ଏକ୍ସପାଏରୀ କୋଲ୍ଡଡ୍ରିଙ୍କସକୁ ଜବତ କରାଯାଇଛି ।