ଯଦି ଖାଦ୍ୟ ନଷ୍ଟ କରୁଥାନ୍ତି, ତେବେ ପାଞ୍ଚ ଲକ୍ଷ ଟଙ୍କା ଯାଏଁ ଜରିମାନା ଗଣିବାକୁ ପଡ଼ିବ!

ନୂଆଦିଲ୍ଲୀ: ଯଦି ଖାଦ୍ୟ ନଷ୍ଟ କରୁଥାନ୍ତି,ତେବେ ହୁସିଆର୍‌ ହୋଇଯାଆନ୍ତୁ।ଦି  କାରଣ ହୋଟେଲ,ରେସ୍ତୁରାଁ ବା ବାହାଘରରେ ଖାଦ୍ୟ ନଷ୍ଟ କରନ୍ତି ,ତେବେ ପାଞ୍ଚ ଲକ୍ଷ ଟଙ୍କା ଯାଏଁ ଜରିମାନା ଗଣିବାକୁ ପଡ଼ିବ। ଏଫ୍‌ ଏସଏସ ଏ ଆଇ ଏଥିନେଇ ଏକ ନିୟମ ପ୍ରସ୍ତୁତ କରୁଛି। ଖୁବ୍‌ଶୀଘ୍ର ଏହାକୁ ମଞ୍ଜରି ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ପଠାଯିବ।

ଖାଦ୍ୟ ନଷ୍ଟକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ହୋଟେଲ୍‌,ରେସ୍ତୁରାଁ ଓ ବାହାଘରର ପରିଚାଳକମାନଙ୍କୁ ଏଫ୍‌ ଏସଏସଏ ଆଇର ଓ୍ୱବସାଇଟ୍‌ରେ ପଞ୍ଜୀକୃତ କରିବାକୁ ପଡ଼ିବ। ସେଠାରେ ଖାଦ୍ୟ ବିତରଣ ଲାଗି ଏନଜିଓକୁ ଦାୟିତ୍ୱ ଦିଆଯିବ। ଏଥିଲାଗି ସମସ୍ତ ରାଜ୍ୟରେ ଖାଦ୍ୟ କମିସନଙ୍କ ଅଧ୍ୟକ୍ଷତାରେ ଏକ ସମିତି ଗଠିତ ହେବ। ଏହି ସମିତି ଦାନରେ ଦିଆଯାଇଥିବା ଭୋଜନର ତନଖି କରିବେ ଓ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେବେ।

photo–scoopwhoop

ଏଠାରେ ସୂଚନାଯୋଗ୍ୟ ଯେ ପ୍ରତି ବର୍ଷ ପ୍ରାୟ ଏକ କୋଟି ଟନ୍‌ ପରିମାଣର ଖାଦ୍ୟ ନଷ୍ଟ ହେଉଛି ବେଲି ସଂଯୁକ୍ତ ରାଷ୍ଟ୍ରର ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର