ପାଟନା: କର୍ମୀଙ୍କ ଦ୍ୱାରା ଗୋଡ଼ ମାଲିସ କରାଇଲେ ନେତା | ଗଣତନ୍ତ୍ରରେ ସମସ୍ତଙ୍କର ସମାନ ଅଧିକାର ଥିବାବେଳେ ବିହାରର ପାଟନାରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି | ଏଠାରେ ଜଣେ ବିଧାୟକ ଶୋଇଥିବାବେଳେ କର୍ମୀ ତାଙ୍କର ଗୋଡ଼ ମାଲିସ କରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ପାଟନାର ଗାନ୍ଧୀ ମୈଦାନରେ ଆୟୋଜନ ହୋଇଥିଲା ଜେଡିୟୁର କାର୍ଯ୍ୟକର୍ତ୍ତା ସମ୍ମିଳନୀ | ବହୁ ସଂଖ୍ୟାରେ କର୍ମୀ ଏଥିରେ ଯୋଗ ଦେଇଥିବାବେଳେ ବିହାରର ସମସ୍ତ ଜେଡିୟୁ ବିଧାୟକ ମଧ୍ୟ ସାମିଲ ହୋଇଥିଲେ |
ଜେଡିୟୁ ବିଧାୟକ କୌଶଳ ଯାଦବ ଏହି ରାଲିରେ ଚାଦର ବିଛାଇ କର୍ମୀଙ୍କ ଗହଣରେ ବିଶ୍ରାମ ନେଇଥିଲେ | ଏହା ପରେ ଜଣେ କର୍ମୀ ତାଙ୍କର ଗୋଡ଼ ମାଲିସ କରିବା ଆରମ୍ଭ କରିଥିଲେ | ବିଧାୟକ ଜଣକ କୌଣସି ପ୍ରତିବାଦ ନ କରି ଆନନ୍ଦରେ ଶୋଇଥିଲେ | ଏହି ଘଟଣାକୁ ନେଇ ଉପସ୍ଥିତ ଲୋକମାନେ ଭିଡିଓ କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ |
#WATCH Bihar: Janata Dal (United) MLA from Nawada, Kaushal Yadav gets his legs massaged by party workers at Gandhi Maidan in Patna. pic.twitter.com/5W2QUPtM3M
— ANI (@ANI) March 1, 2020
ଏହି ଘଟଣାକୁ ନେଇ ବିଧାୟକ ଜଣକ କହିଛନ୍ତି ଯେ ମୁଁ ଥକି ଯାଇଥିଲି, ତେଣୁ ବିଶ୍ରାମ ନେଉଥିଲି | କର୍ମୀ ଜଣକ ଯେତେବେଳେ ପାଦ ମାଲିସ କରୁଥିଲେ, ସେ ଏଭଳି ନ କରିବାକୁ ମନା କରିଥିଲେ | କିନ୍ତୁ କର୍ମୀ ଜଣକ ଶୁଣି ନଥିଲେ |