ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବଲ୍ଲାରଶାହ ରେଳ ଷ୍ଟେସନରେ ଥିବା ଫୁଟ ଓଭର ବ୍ରିଜର ଏକ ଅଂଶ ଭୁଶୁଡି ପଡିଥିବା ସାମ୍ନାକୁ ଆସିଛି। ହଠାତ ଏହି ଦୁର୍ଘଟଣା ଘଟିବାରୁ ଅନେକ ଯାତ୍ରୀ ବ୍ରିଜରୁ ଖସିପଡି ଆହତ ହୋଇଛନ୍ତି। ସୂଚନାନୁସାରେ, ଫୁଟ ଓଭର ବ୍ରିଜର ଉଚ୍ଚତା ପ୍ରାୟ ୬୦ଫୁଟ ଥିଲା। ଲୋକମାନେ ୬୦ଫୁଟ ଉଚ୍ଚତାରୁ ରେଳ ଧାରଣାକୁ ଖସିପଡ଼ିଥିଲେ।

Advertisment

publive-image

ପ୍ରାୟ ୨୦ଜଣ ଯାତ୍ରୀ ରେଳ ଧାରଣାକୁ ଖସିପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଅନେକ ଯାତ୍ରୀ କାଜିପେଟ ପୁଣେ ଏକ୍ସପ୍ରେସକୁ ଧରିବା ପାଇଁ ପ୍ଲାଟଫର୍ମ ନମ୍ବର ୧ରୁ ପ୍ଲାଟଫର୍ମ ନମ୍ବର ୪କୁ ଯାଉଥିଲେ। ଏହି ସମୟ‌ରେ ହଠାତ୍ ଫୁଟ ଓଭର ବ୍ରିଜର ଏକ ଅଂଶ ଭୁଶୁଡି ପଡିଥିଲା। ଘଟଣା ପରେ ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବ୍ରିଜ ଭୁଶୁଡ଼ିବା ଘଟଣାରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଏହି ଘଟଣା ପ୍ରାୟ ସନ୍ଧ୍ୟା ୫ଟା ସମୟରେ ଘଟିଥିଲା। ଘଟଣା ପରେ ତୁରନ୍ତ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇଛି।