ମହାରାଷ୍ଟ୍ର ବଲ୍ଲାରଶାହା ଷ୍ଟେସନରେ ଦୁର୍ଘଟଣା: ଫୁଟ୍‌ ଓଭର୍‌ବ୍ରିଜ୍‌ ଭୁଶୁଡ଼ିଲା, ୨୦ ଆହତ

ମୁମ୍ବାଇ : ମହାରାଷ୍ଟ୍ରର ଚନ୍ଦ୍ରପୁର ସ୍ଥିତ ବଲ୍ଲାରଶାହା ରେଳ ଷ୍ଟେସନରେ ରବିବାର ଦିନ ଏକ ଫୁଟ୍‌ ଓଭର୍‌ବ୍ରିଜ୍ର ସ୍ଲାବ୍‌ ଭୁଶୁଡ଼ି ପଡ଼ିବାରୁ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଯାତ୍ରୀମାନେ ୧ ନମ୍ବର ପ୍ଲାଟ୍‌ଫର୍ମରୁ ୪ ନମ୍ବର ପ୍ଲାଟ୍‌ଫର୍ମକୁ ଯାଉଥିବା ବେଳେ ଅଚାନକ ଫୁଟ୍‌ ବ୍ରିଜ୍‌ର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା ଏବଂ ଅନେକ ଯାତ୍ରୀ ତଳକୁ ଗଳି ପଡ଼ିଥିଲେ। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର