ମୁମ୍ବାଇର ସିଏସ୍‌ଟି ଷ୍ଟେସନ୍‌ ନିକଟରେ ଭୁଶୁଡ଼ିଲା ଫୁଟ ଓଭର ବ୍ରିଜ: ଚାରି ମୃତ, ୩୦ରୁ ଊର୍ଧ୍ୱ ଆହତ

ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ଗୁରୁବାର ସନ୍ଧ୍ୟାରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସର ପ୍ଲାଟଫର୍ମ ନମ୍ବର ୧ରେ ବନିଥିବା ଫୁଟ ଓଭରବ୍ରିଜ ହଠାତ ଭୁଷୁଡି ପଡ଼ିଛି। ଫଳରେ ଏହା ତଳେ ଅନେକ ଲୋକ ଓ ଗାଡ଼ି ଚାପି ହୋଇ ରହିଥିବା ସୂଚନା ମିଳିଛି।

ପ୍ରାଥମିକ ତଦନ୍ତ ଅନୁଯାୟୀ, ଏହି ବ୍ରିଜ ଭୁଷୁଡି ପଡ଼ିବା ହେତୁ ଏହା ତଳେ କେତେକ ଲୋକ ଦବି ହୋଇ ରହିଥିବା ସୂଚନା ମିଳିଥିବା ବେଳେ ତିନ ଜଣଙ୍କ ମୃତ୍ୟୁ ହୋଇଛି। ୩୦ରୁ ଊର୍ଧ୍ୱ ଗୁରୁତରଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ତତ୍କାଳ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରେଳବାଇ ପୁଲିସ, ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଦୁର୍ଘଟଣା ଘଟିବା ପରେ ଫୁଟ ଓଭରବ୍ରିଜର ୬୦ ପ୍ରତିଶତ ଅଂଶ କ୍ଷତିଗ୍ରସ୍ତ ହେବା ସହିତ ସଡ଼କରେ ଥିବା କିଛି ଗାଡ଼ି ବି ଏହି ପୋଲ ତଳେ ଚାପି ହୋଇ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

 

ସମ୍ବନ୍ଧିତ ଖବର