ହାଇଦ୍ରାବାଦ୍: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ଗତକାଲି ଆନ୍ଧ୍ରକୁ ସ୍ବତନ୍ତ୍ର ପାହ୍ୟା ଦାବି କରି ଦିଲ୍ଲୀ ସ୍ଥିତ ଆନ୍ଧ୍ର ଭବନରେ ଦିନିକିଆ ଅନଶନରେ ବସିଥିବାବେଳେ ଆଜି ସେ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି। ଆନ୍ଧ୍ରକୁ ସ୍ବତନ୍ତ୍ର ପାହ୍ୟା ଦାବି କରି ଆଜି ଟିଡିପିର ଅନେକ ସାଂସଦ, ବିଧାୟକଙ୍କ ସମେତ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଆନ୍ଧ୍ର ଭବନଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ବିରୋଧ ଶୋଭାଯାତ୍ରା କରିଥିଲେ। ରାଷ୍ଟ୍ରପତିଙ୍କୁ ଭେଟି ନାଇଡ଼ୁ ଆଜି ତାଙ୍କ ଦାବି ସଂକ୍ରାନ୍ତ ସ୍ମାରକପତ୍ର ଦାଖଲ କରିଛନ୍ତି। ୨୦୧୪ରେ ଆନ୍ଧ୍ରପ୍ରଦେଶ ବିଭାଜନ ସମୟରେ କେନ୍ଦ୍ର ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇନି। ତେବେ ଆନ୍ଧ୍ରକୁ ସ୍ବତନ୍ତ୍ର ପାହ୍ୟା ନଦେଇ ମୋଦୀ ଆନ୍ଧ୍ରରେ ରାଜଧର୍ମ ପାଳନ କରୁନାହାନ୍ତି ବୋଲି ନାଇଡ଼ୁ ଗତକାଲି ଅନଶନ ସ୍ଥଳରେ କହିଥିଲେ। ଉଲ୍ଲେଖଯୋଗ୍ୟ ଗତକାଲି ନାଇଡ଼ୁଙ୍କ ଅନଶନ ସ୍ଥଳକୁ ବିରୋଧୀ ଦଳଗୁଡ଼ିକ ଏକ ମଞ୍ଚ ଭାବେ ବ୍ୟବହାର କରିଥିଲେ ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।
ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ନାଇଡ଼ୁଙ୍କ ପଦଯାତ୍ରା
/sambad/media/post_attachments/wp-content/uploads/2018/10/N-Chandrababu-Naidu-getty-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)