ମାଲଙ୍ଗ : ଇଣ୍ଡୋନେସିଆ ଜାଭା ଦ୍ବୀପର ମାଲଙ୍ଗ ଅଞ୍ଚଳରେ ଥିବା ଫୁଟ୍ବଲ ଷ୍ଟାଡିୟମ୍ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମ୍ୟାଚ୍ରେ ପରାଜିତ ଗୋଟିଏ ଦଳର ଶହ ଶହ ସମର୍ଥକ ପଡ଼ିଆ ଭିତରେ ପଶିଯାଇ ଖୋଳିବା ଆରମ୍ଭ କରିଦେଇଥିଲେ। ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାରୁ ଷ୍ଟାଡିୟମ ଭିତେର ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଦଳାଚକଟା ଏବଂ ଏହାପରେ ହୋଇଥିବା ଦଙ୍ଗାରେ ଅତିକମରେ ୧୨୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏଥିରେ ଶତାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଗତକାଲି ରାତିରେ ଘଟିଥିବା ଏହି ଘଟଣା ଫୁଟ୍ବଲ ଇତିହାସରେ ସବୁଠାରୁ ବଡ଼ ଓ ଭୟାବହ ବୋଲି କୁହାଯାଉଛି। ଫୁଟବଲ ଲିଗ୍ ଖେଳକୁ ଏକ ସପ୍ତାହ ଯାଏ ବନ୍ଦ ରଖାଯାଇଛି।
/sambad/media/post_attachments/wp-content/uploads/2022/10/indo2-750x430.jpg)
ଇଣ୍ଡୋନେସିଆରେ ଫୁଟ୍ବଲ ଖେଳ ସବୁଠାରୁ ପ୍ରିୟ। ଏହି ଖେଳକୁ ନେଇ କଂଜୁରୁହାନ ଷ୍ଟାଡିୟମରେ ୧୮ଟି ଦଳ ଭିତରେ ପ୍ରତିଯୋଗିତା ଚାଲିଥିଲା। ବାରମ୍ବାର ଜିତି ଆସୁଥିବା ଆରେମା ଫୁଟବଲ କ୍ଲବ୍ ୩-୨ରେ ପ୍ରତିଦ୍ବନ୍ଦ୍ବୀ ପରସେବାୟା ସୁରବାୟାଠାରୁ ହାରିଯିବାରୁ ଆରେମା କ୍ଲବ୍ର ପ୍ରଶଂସକମାନେ ପଡ଼ିଆ ଭିତରକୁ ମାଡ଼ିଆସିଥିଲେ। ଦର୍ଶକମାନଙ୍କର ପ୍ରବଳ ଗହଳିକୁ ପୁଲିସ ନିୟନ୍ତ୍ରଣ କରିବା ସମ୍ଭବ ନ ଥିଲା। ପୁଲିସ ବାଧ୍ୟ ହୋଇ ଲୁହବୁହା ବାଷ୍ପ ପ୍ରୟୋଗ କରିବା ଯୋଗୁ ପରିସ୍ଥିତି ଆହୁରି ବିଗିଡ଼ିଗଲା। ଅଣନିଃଶ୍ବାସୀ ହୋଇ ଓ ଦଳାଚକଟାରେ କିଛି ଲୋକ ମଲେ। ତା’ପରେ ପୁଲିସ ସହ ହାତାହାତି ଓ ଦଙ୍ଗା ବି ଲାଗିଗଲା। ତେଣୁ ମୃତ୍ୟୁସଂଖ୍ୟା ଏତେ ଅଧିକ ହୋଇଛି େବାଲି ଇଷ୍ଟ ଜାଭାର ଗଭର୍ଣ୍ଣର ଏମିଲ ଦର୍ଦକ କହିଛନ୍ତି।
ବିଭିନ୍ନ ସମୟରେ ଫୁଟବଲ ମ୍ୟାଚ୍କୁ ନେଇ ଏହି ଦେଶରେ ହିଂସାକାଣ୍ଡ ଘଟିବା ଦେଖାଯାଉଛି। ୧୯୯୪ରୁ ୨୦୧୯ ମଧ୍ୟରେ ଫୁଟବଲ ସମ୍ବନ୍ଧିତ ହିଂସାରେ ୭୪ ଜଣଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଶନିବାର-ରବିବାରର ମୃତ୍ୟୁସଂଖ୍ୟା ସବୁ ରେକର୍ଡକୁ ଅତିକ୍ରମ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/indo.jpg)