ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଲଗାତାର ୨୫ ଦିନ ଧରି ୫୦ ହଜାରରୁ କମ୍ ରହିଛି। ପାର୍ବଣ ଋତୁ ପରେ ମଧ୍ୟ ଦେଶରେ ସଂକ୍ରମଣ ବୃଦ୍ଧି ନହେବା ବଡ଼ ଆଶ୍ବସ୍ତି ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬,୬୦୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୫୦୧ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୯୪ ଲକ୍ଷ ୯୯ ହଜାର ୪୧୩ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୮ ହଜାର ୧୨୨କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୮୯ ଲକ୍ଷ ୩୨ ହଜାର ୬୪୭କୁ ବୃଦ୍ଧି ପାଇଛି। ଜାତୀୟ ଆରୋଗ୍ୟ ହାର ୯୪.୦୩ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁହାର ୧.୪୫ ପ୍ରତିଶତକୁ କମିଆସିଛି। ଦେଶରେ ସକ୍ରିୟ ମାମଲା ଲଗାତାର ୨୨ ଦିନ ଧରି ୫ ଲକ୍ଷରୁ କମ୍ ରହିଛି। ଏବେ ଦେଶରେ ମୋଟ୍ ୪ ଲକ୍ଷ ୨୮ ହଜାର ୬୪୪ ସକ୍ରିୟ ମାମଲା ରହିଛି। ଏହା ମୋଟ୍ ସଂକ୍ରମଣ ମାମଲାର ୪.୫୧ ପ୍ରତିଶତ। ଅଗଷ୍ଟ ୭ରେ ଦେଶରେ ସଂକ୍ରମଣ ମାମଲା ୨୦ ଲକ୍ଷ ଟପିଥିଲା, ଅଗଷ୍ଟ ୨୩ରେ ସଂକ୍ରମଣ ୩୦ ଲକ୍ଷ, ସେପ୍ଟେମ୍ବର ୫ରେ ୪୦ ଲକ୍ଷ, ସେପ୍ଟେମ୍ବର ୧୬ରେ ୫୦ ଲକ୍ଷ, ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ, ଅକ୍ଟୋବର ୧୧ରେ ୭୦ ଲକ୍ଷ, ଅକ୍ଟୋବର ୨୯ରେ ୮୦ ଲକ୍ଷ, ଏବଂ ନଭେମ୍ବର ୨୦ରେ ସଂକ୍ରମଣ ମାମଲା ୯୦ ଲକ୍ଷ ଟପିଯାଇଥିଲା।
୨୫ ଦିନ ଧରି ସଂକ୍ରମଣ ୫୦ ହଜାରରୁ କମ୍
/sambad/media/post_attachments/wp-content/uploads/2020/11/corona-aa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)