‘ଆଧାର ସଂଯୋଗ’ କଷ୍ଟରୁ ରାସନ ମିଳିଲାନିି:ଉପାସରେ ଆଖିବୁଜିଲା ନାବାଳିକା

ରାଞ୍ଚି : ରାସନ କାର୍ଡ ସହ ଆଧାର କାର୍ଡର ସଂଯୋଗ ହୋଇପାରିଲାନି। ଫଳରେ ରାସନ ସାମଗ୍ରୀ ମିଳିଲାନି। ପରିଣତି ସ୍ୱରୂପ ଦୀର୍ଘ ୮ ଦିନ ଧରି ଉପବାସ ରହି ଶେଷରେ ନାବାଳିକା ଜଣକ ଆଖିବୁଜିଲେ। ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାର କାରିମତି ଗାଁରେ ଏହି ୧୧ ବର୍ଷୀୟା ସନ୍ତୋଷୀ କୁମାରୀର ଏପରି ମୃତ୍ୟୁ ଖବର ଆଲୋଡ଼ନ ଆଣିବା ସହ ସରକାରଙ୍କ ଖାଦ୍ୟ ସୁରକ୍ଷାରେ ପ୍ରଶ୍ନବାଚୀ ଲଗାଇଛି। ସନ୍ତୋଷୀର ମା କୋଇଲୀ ଦେବୀଙ୍କ କହିବାନୁଯାୟୀ, ସ୍ଥାନୀୟ ଡିଲରଙ୍କ ପାଖକୁ ବାରମ୍ବାର ଦୌଡ଼ିବା ସତ୍ତ୍ୱେ ଆଧାର ସଂଯୋଗ ହୋଇନଥିବାରୁ ରାସନ ମିଳିବନି ବୋଲି ରୋକଠୋକ ଶୁଣାଇଥିଲେ। ଫଳରେ ଘରେ ଆଉ ଚୁଲି ଜଳିନଥିଲା। ଶେଷରେ ଝିଅ ଭାତ-ଭାତ କହି ଆରପାରିକୁ ଚାଲିଗଲା ବୋଲି ଆଖିରୁ ଲୁହ ପୋଛି ପୋଛି କୋଇଲୀ କହିଛନ୍ତି। ଗତ ୨୮ ତାରିଖର ଏହି ଘଟଣାକୁ ଏକ ସ୍ୱେଚ୍ଛାସେବୀ ସଂଗଠନ ଲୋକଲୋଚନକୁ ଆଣିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର