ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ସବୁଠୁ ଅଧିକ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଛି। ୭ଟି ପର୍ଯ୍ୟାୟରେ ବହୁତ ଲମ୍ବା ସମୟ ଧରି ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ତେବେ ବଢ଼ୁଥିବା ତାପମାତ୍ରାକୁ ନଜରରେ ରଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି କହିଛନ୍ତି ଯେ ନିର୍ବାଚନ ପାଇଁ ଗ୍ରୀଷ୍ମ ସମୟ ଆଦୌ ଠିକ୍ ନୁହେଁ। ନିର୍ବାଚନ ୨ କିମ୍ବା ୩ ପର୍ଯ୍ୟାୟରେ ଶେଷ ହେବା ଉଚିତ୍ ଏବଂ ଫେବ୍ରୁଆରିରୁ ମାର୍ଚ କିମ୍ବା ଅକ୍ଟୋବର- ନଭେମ୍ବର ମଧ୍ୟରେ ନିର୍ବାଚନ ହେବା ଉଚିତ୍ ବୋଲି ନୀତୀଶ କୁମାର କହିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ଖୁବ୍ କମ୍ ପର୍ଯ୍ୟାୟ ମଧ୍ୟରେ ଶେଷ ହେବା ଉଚିତ୍। ଏହା ଦ୍ବାରା ଭୋଟରମାନେ ସେମାନଙ୍କ ଭୋଟ୍ ଦେବାରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ନୀତୀଶ କହିଛନ୍ତି। ଶେଷ ପର୍ଯ୍ୟାୟ ନିର୍ବାଚନରେ ବିହାରରେ ୮ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ ହୋଇଥିଲା। ଏହି ପର୍ଯ୍ୟାୟରେ ରାଜ୍ୟରେ ଭୋଟ୍ ପ୍ରତିଶତ ୫୩.୭୬ ପ୍ରତିଶତ ଥିଲା। କିନ୍ତୁ ତୁଳନାତ୍ମକ ଭାବେ ଶେଷ ପର୍ଯ୍ୟାୟରେ ନିର୍ବାଚନ ହୋଇଥିବା ୮ଟି ରାଜ୍ୟରୁ ୬ଟି ରାଜ୍ୟରେ ୬୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା।
ନିର୍ବାଚନ ପାଇଁ ଗ୍ରୀଷ୍ମ ସମୟ ଅନୁପଯୁକ୍ତ: ନୀତୀଶ
/sambad/media/post_attachments/wp-content/uploads/2019/05/nitish-kumar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)