ଅନର୍ସ ଡିଗ୍ରି ପାଇଁ ୩ ବର୍ଷ ନୁହେଁ, ଶିକ୍ଷାର୍ଥୀମାନଙ୍କୁ ୪ ବର୍ଷ ପଢ଼ିବା ପାଇଁ ‘ୟୁଜିସି’ର ପ୍ରସ୍ତାବ

ନୂଆଦିଲ୍ଲୀ: ନୂଆ ନିୟମ ଅନୁସାରେ ଯେକୌଣସି ବିଷୟରେ ଅନର୍ସ ରଖି ସ୍ନାତକ ହାସଲ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ‘ଫୋର୍‌-ଇୟର୍‌ ଅଣ୍ଡର୍‌ଗ୍ରାଜୁଏଟ୍‌ ପ୍ରୋଗ୍ରାମସ୍‌’ (ଏଫ୍‌ୱାଇୟୁପି) କରିବା ଲାଗି ପଡ଼ିବ ବୋଲି ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ସ୍‌ କମିସନ୍‌’ ସୋମବାର ଦିନ ଘୋଷଣା କରିପାରେ।

ଏହି ନୂଆ ନିୟମର ‘ଡ୍ରାଫ୍ଟ୍‌’ ‘ଜାତୀୟ ଶିକ୍ଷାନୀତି’ ଉପରେ ପର୍ଯ୍ୟବେଶିତ। ଏଥିରେ ଉଲ୍ଲେଖ ଅଛି, ୧୨୦ କ୍ରେଡିଟ୍‌ ସମ୍ପୂର୍ଣ୍ଣ କରିଥିବା ଛାତ୍ରଛାତ୍ରୀମାନେ ୩ ବର୍ଷରେ ‘ୟୁଜି ସ୍ନାତକ ଡିଗ୍ରି’ ପାଇବାକୁ ସମର୍ଥ ହେବେ। ସେହିପରି, ୧୬୦ କ୍ରେଡିଟ୍‌ ସମ୍ପୂର୍ଣ୍ଣ କରି ୪ ବର୍ଷରେ ସେମାନେ ‘ୟୁଜି ଅନର୍ସ ଡିଗ୍ରି’ ପାଇ ପାରିବେ।

Image Courtesy of The Indian Express

ଯଦି ଛାତ୍ରଛାତ୍ରୀମାନେ ରିସର୍ଚ ସ୍ପେସାଲାଇଜେସନ୍‌ କରିବାକୁ ଆଗ୍ରହ ପ୍ରକାଶ କରନ୍ତି, ସେମାନେ ଏହି ୪ ବର୍ଷିଆ ପାଠ୍ୟକ୍ରମରେ ରିସର୍ଚ ପ୍ରୋଜେକ୍ଟ୍‌ ନେଇ ପାରିବେ। ଏହାଦ୍ବାରା ସେମାନେ ‘ରିସର୍ଚ ସ୍ପେସାଲାଇଜେସନ୍‌’ ସହିତ ‘ଅନର୍ସ ଡିଗ୍ରି’ ପାଇବେ ବୋଲି ଉକ୍ତ ଡ୍ରାଫ୍ଟ୍‌ରେ ଉଲ୍ଲେଖ ଅଛି।

Image Courtesy of NDTV

ସୂଚନାଯୋଗ୍ୟ, ସମ୍ପ୍ରତି ୩ ବର୍ଷିଆ ‘ଅଣ୍ଡର୍‌ଗ୍ରାଜୁଏଟ୍‌ ପ୍ରୋଗ୍ରାମ୍‌’ ଶେଷ କରି ଛାତ୍ରଛାତ୍ରୀମାନେ ଅନର୍ସ ଡିଗ୍ରି ପାଇଯାଉଥିଲେ। ଚାରି ବର୍ଷିଆ ନିୟମ ପ୍ରଣୟନ ପୂର୍ବରୁ ସୁନିଶ୍ଚିତ ହେବା ପାଇଁ ମାର୍ଚ ମାସରେ ‘ୟୁଜିସି’ ପ୍ରସ୍ତାବିତ ନିୟମାବଳି ଥିବା ‘ଡ୍ରାଫ୍‌ଟ୍‌’କୁ ସାର୍ବଜନୀନ କରିଥିଲା। କିନ୍ତୁ, ଏହି ନିୟମର ପ୍ରାସଙ୍ଗିକତା ବିଷୟରେ ‘ୟୁଜିସି’ କୌଣସି ମନ୍ତବ୍ୟ ଦେଇନାହିଁ।

ସମ୍ବନ୍ଧିତ ଖବର