ଜାନୁଆରି ୩୧ ପର୍ଯ୍ୟନ୍ତ ରୢାଲି, ରୋଡ୍‌ସୋ କଟକଣା ବଢ଼ିଲା

ନୂଆଦିଲ୍ଲୀ : ନିର୍ବାଚନ କମିସନ୍‌ କରୋନା ପାଇଁ ଜାରି କରିଥିବା ନିର୍ବାଚନଜନିତ କଟକଣାକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ନିର୍ବାଚନ ରୢାଲି ଏବଂ ରୋଡ୍‌ସୋକୁ ନେଇ ଜାରି ରହିଥିବା କଟକଣା ଆସନ୍ତା ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ବାଚନ କମିସନ କହିଛନ୍ତି। ଆଜି ରାଜ୍ୟ ନିର୍ବାଚନ କମିସନରମାନଙ୍କ ସହିତ ଭର୍ଚୁଆଲ ବୈଠକ କରିବାପରେ କମିସନ୍‌ ଏହି ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ କମିସନ୍‌ ଜାନୁଆରି ୮ ତାରିଖରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଂଜାବ ଏବଂ ମଣିପୁରରେ ନିର୍ବାଚନ ତାରିଖ ଘୋଷଣା କରିବା ସହ ନିର୍ବାଚନ ରୢାଲି ଏବଂ ରୋଡ୍‌ସୋ ଉପରେ ଜାନୁଆରି ୧୫ ପର୍ଯ୍ୟନ୍ତ କଟକଣା ଲଗାଇଥିଲେ। ଏହ‌ାପରେ କମିସନ୍‌ ୨୨ ତାରିଖ ପର୍ଯ୍ୟନ୍ତ ଏହି କଟକଣାକୁ ବୃଦ୍ଧି କରିଥିଲେ। ଆଜି ପୁଣିଥରେ ନିର୍ବାଚନ ରୢାଲି ଏବଂ ରୋଡ୍‌ସୋ ଜନିତ କଟକଣାକୁ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି। ରାଜନୈତିକ ଦଳମାନେ ସର୍ବାଧିକ ୩୦୦ ଲୋକଙ୍କୁ ନେଇ ସମ୍ମିଳନୀ କକ୍ଷରେ ବୈଠକ କରିବାପାଇଁ କମିସନ୍‌ ଅନୁମତି ଦେଇଛନ୍ତି। କମିସନ୍‌ ଏହି ନିଷ୍ପତ୍ତି ନେବା‌ ପୂର୍ବରୁ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଶେଷଜ୍ଞ ୫ ନିର୍ବାଚନ ଥିବା ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ବୈଠକ କରିଛନ୍ତି।

ସମ୍ବନ୍ଧିତ ଖବର