କାନପୁରରେ ମୋଦୀଙ୍କ ପାଇଁ ପ୍ରଚାର କରିବାକୁ ଆମେରିକାରୁ ଆସି ପହଞ୍ଚିଲେ ଏହି ମହିଳା

କାନପୁର : ଲୋକସଭା ନିର୍ବାଚନ ୨୦୧୯ର ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୧ରେ ହୋଇଥିବା ବେଳେ ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ କରାଯାଇଥିଲା । ୧୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ କରାଯାଇଥିବା ବେଳେ ବିପୁଳ ସଂଖ୍ୟାରେ ଲୋକେ ମତଦାନ କେନ୍ଦ୍ରକୁ ଯାଇ ମତଦାନ କରିଥିଲେ । କିଛି ଦିନ ତଳେ ଜଣେ ଯୁବକ ଭୋଟ ଦେବା ପାଇଁ ଅଷ୍ଟ୍ରେଲିଆରୁ ନିଜ ଚାକିରି ଛାଡ଼ି ଭାରତ ଆସିଥିବା ବେଳେ ଏବେ ଆମେରିକାରୁ ଜଣେ ମହିଳା ମୋଦୀଙ୍କ ପ୍ରଚାର କରିବା ପାଇଁ କାନପୁରରେ ଆସି ପହଞ୍ଚିଥିବା ଜଣା ପଡ଼ିଛି । ମହିଳାଙ୍କ ନାଁ ମଞ୍ଜରୀ ବୋଲି ଜଣା ପଡ଼ିଥିବା ବେଳେ ସେ ୨୧ବର୍ଷ ହେଲାଣି ଆମେରିକାରେ ରହି ଆସୁଥିବା ଜଣା ପଡ଼ିଛି । ମଞ୍ଜରୀଙ୍କ ଜନ୍ମସ୍ଥାନ ଇଟାଓ୍ଵାର ପଟିଆଲିରେ ବୋଲି ଜଣା ପଡ଼ିଛି । ନିଜ ସହରରେ କେଉଁ ବିଜେପି ପ୍ରାର୍ଥୀ ଲୋକସଭା ଆସନ ପାଇଁ ଲଢ଼ୁଛନ୍ତି ତାହା ଜାଣି ନଥିବା ବେଳେ ସେ କେବଳ ମୋଦୀଙ୍କ ପାଇଁ ଭାରତ ଆସିଥିବା କହିଛନ୍ତି ।

indiatimes.com

ମୋଦୀଙ୍କୁ ଏତେ ପସନ୍ଦ କରୁଥିବାର କାରଣ ପଚରାଯିବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ବିଦେଶରେ ଭାରତର ଭାବମୂର୍ତ୍ତିକୁ ବଦଳାଇବାରେ ସଫଳ ହୋଇଛନ୍ତି । ମୋ ବାପା ଜଣେ ସାଧାରଣ ଶିକ୍ଷକ ଥିଲେ । ଅବସର ନେବା ପରେ ଆମେ କାନପୁର ଚାଲି ଯାଇଥିଲୁ ଏବଂ ସେଠାରୁ ମୁଁ ଆମେରିକା ଚାଲି ଯାଇଥିଲି । ଆମ ପରିବାରର କେହି ରାଜନୀତି ପ୍ରତି ଇଚ୍ଛା ଜାହିର କରି ନଥିଲେ । କିନ୍ତୁ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ମୁଁ ରାଜନୀତି ପ୍ରତି ଧ୍ୟାନ ଦେବା ଆରମ୍ଭ କରିଛି । ମୋଦୀଙ୍କ ପାଇଁ ବିଦେଶରେ ଭାରତକୁ ପ୍ରଶଂସା କରାଯାଉଛି । ୨୧ବର୍ଷ ହେଲାଣି ମୁଁ ଆମେରିକାରେ ରହି ଆସୁଛି । କିନ୍ତୁ ଏହି ୫ବର୍ଷ ମଧ୍ୟରେ ଭାରତ ବିଷୟରେ ମୁଁ ସେଠି ଯାହା ଶୁଣିଛି, ତାହା ପୂର୍ବରୁ ଶୁଣି ନଥିଲି । ଏୟାର ଷ୍ଟ୍ରାଇକ୍‌ ପରେ ମୋଦୀଙ୍କୁ ନେଇ ମୋ ମନରେ ଏବଂ ଦେଶ ବାହାରେ ରହୁଥିବା ଲୋକଙ୍କ ମନରେ ତାଙ୍କ ପ୍ରତି ସମ୍ମାନ ବଢ଼ି ଯାଇଛି । ମୁଁ ମୋଦୀଙ୍କୁ ଭୋଟ୍‌ ଦେବା ସହ ଲୋକଙ୍କୁ ଦେବା ପାଇଁ କହିବି । ଯାହାଦ୍ୱାରା ମୋଦୀ ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ହୋଇ ପାରିବେ ବୋଲି କହିଛନ୍ତି ମଞ୍ଜରୀ ।

ସମ୍ବନ୍ଧିତ ଖବର