ଆକାଶରୁ ନଜର ରଖିବାକୁ ୫୦ଟି ଡ୍ରୋନ୍‌ ଆଣିବ ଜମ୍ମୁ ଓ କଶ୍ମୀର ପୁଲିସ

ଶ୍ରୀନଗର: ଆକାଶ ମାର୍ଗରୁ ବିଭିନ୍ନ ଅଞ୍ଚଳ ଉପରେ ନଜର ରଖିବାକୁ ଜମ୍ମୁ ଓ କଶ୍ମୀର ପୁଲିସ ୫୦ଟି ଡ୍ରୋନ୍‌ ଆଣିବ। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ମଞ୍ଜୁରି ମିଳିସାରିଛି। ଏହି ଡ୍ରୋନ୍‌ଗୁଡ଼ିକ ପ୍ରତିବାଦକାରୀ ଏବଂ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ପୁଲିସକୁ ସାହାଯ୍ୟ କରିବ।

ଏଥିପାଇଁ ଟେଣ୍ଡର୍‌ ଦିଆ ସରିଛି ଏବଂ ଏ ମାସ ଶେଷ ସୁଦ୍ଧା ପ୍ରକ୍ରିୟା ଶେଷ ହେବ। ବର୍ଗ ୩ ଅନ୍ତର୍ଭୁକ୍ତ ଏହି ଡ୍ରୋନ୍‌ଗୁଡ଼ିକ ସର୍ବାଧୁନକ ଏବଂ ପୁଲିସକୁ ସହାୟକ ହେଲାଭଳି ବୈଷୟିକ ଜ୍ଞାନକୌଶଳ ଏଥିରେ ଉପଯୋଗ କରାଯାଇଛି।

Image Source: The Hindu

ପୂର୍ବରୁ ଡ୍ରୋନ୍‌ ବ୍ୟବହାର ନିମନ୍ତେ ପୁଲିସ ଆର୍ମି ୟୁନିଟ୍‌ର ସାହାଯ୍ୟ ନେଉଥିଲା। ସେନା ପ୍ରାୟ ଦୁଇ ବର୍ଷ ହେବ ଉପତ୍ୟକାର ଜଙ୍ଗଲିଆ ଅଞ୍ଚଳ, ନିୟନ୍ତ୍ରଣ ରେଖା ଆଦି ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବାକୁ ଡ୍ରୋନ୍‌ ବ୍ୟବହାର କରି ଆସୁଛି। କିନ୍ତୁ, ଏବେ ପୁଲିସ ଆଉ ସେନାର ସହାୟତା ଆବଶ୍ୟକ କରିବ ନାହିଁ।

ଖରିଦ ହେବା ପରେ ସେ ଡ୍ରୋନ୍‌ଗୁଡ଼ିକୁ ବିଭିନ୍ନ ପୁଲିସ ଜିଲ୍ଲାରେ ରଖାଯିବ।

ସମ୍ବନ୍ଧିତ ଖବର