ସିଦ୍ଧୁଙ୍କ ପାଇଁ ଇମ୍ରାନ୍‌ ଲବି କରିଥିଲେ: ଅମରିନ୍ଦର

ଚଣ୍ଡୀଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ ଆଜି ବିଜେପି ସହ ଆସନ ଭାଗବଣ୍ଟା ନେଇ ଘୋଷଣା କରିବା ବେଳେ ତାଙ୍କର ପ୍ରଧାନ ଶତ୍ରୁ ପୂର୍ବତନ କ୍ରିକେଟର ତଥା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ବିଷୟରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସିଂହ କହିଛନ୍ତି, ସେ ସିଦ୍ଧୁଙ୍କୁ କ୍ୟାବିନେଟ୍‌ରୁ ବାଦ୍ ଦେବା‌ ପରେ ତାଙ୍କ ପାଖକୁ ପାକିସ୍ତାନରୁ ଏକ କଲ୍ ଆସିଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସିଦ୍ଧୁଙ୍କୁ କ୍ୟାବିନେଟ୍‌କୁ ଫେରାଇ ନେବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ। ଇମ୍ରାନ୍ କୁଆଡ଼େ କହିଥିଲେ, ସିଦ୍ଧୁ ମୋର ପୁରୁଣା ବନ୍ଧୁ। ଆପଣ ତାଙ୍କୁ ଯଦି କ୍ୟାବିନେଟ୍ ମନ୍ତ୍ରୀ ଭାବେ ପୁଣି ଗ୍ରହଣ କରିବେ ତେବେ ମୁଁ କୃତଜ୍ଞ ରହିବି। ତେବେ ସେ କାମ ନ କଲେ ଆପଣ ତାଙ୍କୁ ପୁଣି ବାହାର କରିଦେଇପାରିବେ। ଅମରିନ୍ଦର ସିଂହଙ୍କ ଏହି ବୟ‌ାନ ଉପରେ କୌଣସି ମନ୍ତବ୍ୟ ଦେବାକୁ ସିଦ୍ଧୁ ମନା କରିଦେଇଛନ୍ତି।
ସୂଚନାଯୋଗ୍ୟ ଯେ ନବଜୋତ ସିଂହ ସିଦ୍ଧୁଙ୍କୁ ୨୦୧୯ ଜୁଲାଇରେ ଅମରିନ୍ଦର ସିଂହ ତାଙ୍କ କ୍ୟାବିନେଟ୍ ମନ୍ତ୍ରିପଦରୁ ଅପସାରଣ କରିଥିଲେ।

ସମ୍ବନ୍ଧିତ ଖବର